ଆଜମ ଖାନ୍‌ ଓ ମେନକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା

ନୂଆଦିଲ୍ଲୀ .-  ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବସପା ମୁଖ୍ୟ ମାୟାବତୀଙ୍କ  ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ , ଆଜମ ଖାନ ଓ ମେନକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ  ଆୟୋଗ କଟକଣା ଲଗାଇଛନ୍ତି ।

prayash

ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମେନକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି । ଏହି ଦୁଇ ନେତା କୌଣସି ନିର୍ବାଚନ ପ୍ରଚାର କରି ରାଲିରେ ଅଂଶଗ୍ରହଣ କରି ପାରିବେ ନାହିଁ । ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ । ଆଜମ ଖାନ୍‌ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ସେହିପରି ମେନକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

kalyan agarbati

Comments are closed.