www.samajalive.in
Monday, December 15, 2025
17.1 C
Bhubaneswar

ଏପ୍ରିଲ ୧୫ ସୁଦ୍ଧା ରାଜ୍ୟରେ ୩,୧୨,୨୨,୨୫୦ ଟଙ୍କା ଜବତ

ଭୁବନେଶ୍ୱର . -ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୪୪୦ ଗୋଟି ଜାମିନ ବିହୀନ ପରଓ୍ୱାନା କାର୍ଯ୍ୟକାରୀ ହୋଇଛିା ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୫୭୬୯ ଜଣଙ୍କୁ ଅଟକ ରଖାଯାଇଛିା ୫୧୯୧ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛିା ଲାଇସେନ୍ସ ନଥିବା ୨୩୪ ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୬.୦୩୨ କିଲୋଗ୍ରାମ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛିା ଏପ୍ରିଲ ୧୫ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୨୯୯୯୬.୪୫୫ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୪ ଲକ୍ଷ ୬୧ ହଜାର ୫୨୯ ଟଙ୍କାା ଫ୍ଲାଇଂ ସ୍କ୍ୱାଡ୍ ଓ ପୋଲିସ ଦ୍ୱାରା ଆଜି ପର୍ଯ୍ୟାନ୍ତ ସମୁଦାୟ ୩ କୋଟି ୧୨ ଲକ୍ଷ ୨୨ ହଜାର ୨୫୦ ଟଙ୍କା ଜବତ ହୋଇଛିା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ଏପ୍ରିଲ ୧୫ ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬ ଲକ୍ଷ ୨୫ ହଜାର ୪୫୧ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛିା ସେହିପରି ଏପ୍ରିଲ ୧୫ ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୩ ଲକ୍ଷ ୭ ହଜାର ୯୨୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛିା

ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ଏପ୍ରିଲ ୧୫ ସୁଦ୍ଧା ୮୫୯ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛିା ଆଜି ପର୍ଯ୍ୟନ୍ତ ଭୋଟର ହେଲ¬ ଲାଇନ୍ ନଂ-୧୯୫୦କୁ ସମୁଦାୟ ୧୫୨୦୧ ଟି କଲ୍ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛିା ସି-ଭିଜିଲ୍ ମାଧ୍ୟମରେ ୧୪୧୬ଟି ଅଭିଯୋଗ ମିଳିଥିବାବେଳେ ତନ୍ମଧ୍ୟରୁ ୧୩୫୦ଟି ଅଭିଯୋଗର ସମାଧାନ
କରାଯାଇଛିା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories