www.samajalive.in
Sunday, December 14, 2025
26.1 C
Bhubaneswar

ଯେଉଁ ଗାଁରୁ ମିଳିବ ଅଧିକ ଭୋଟ, ସେଇଠି ପ୍ରଥମେ କାମ ହେବ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଏକ ନିର୍ବାଚନୀ ସଭାରେ ମତଦାତାମାନଙ୍କୁ ସିଧାସଳଖ କହିଛନ୍ତି, ଯେଉଁଠୁ ଅଧିକ ଭୋଟ ମିଳିବ, ସେଇଠି ଆଗ କାମ ହେବ। ମିଳିଥିବା ସୂଚନା ଅନୁଯାୟୀ, ମତଦାନ ଆଧାରରେ ଗାଁଗୁଡ଼ିକୁ ଅଲଗା ଅଲଗା ପର୍ଯ୍ୟାୟରେ ରଖାଯିବ ବୋଲି କହିଛନ୍ତି।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ପଲିଭୀତ ଲୋକସଭା ଅଞ୍ଚଳରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି, ‘ଆମେ ପ୍ରତିଥର ପଲିଭୀତ ଆସନରୁ ଜିତୁଛୁ, ତେଣୁ ଏମିତି ମାପଦଣ୍ଡ ରହିଛି ଯେ ଗୋଟିଏ ଗାଁ ପାଇଁ ଅଧିକ କାମ ହେଉଥିବା ବେଳେ ଅନ୍ୟ ଗାଁ ପାଇଁ କିଛି ବି କାମ ହେଉନାହିଁ। ଆମ ମାପଦଣ୍ଡ ହେଉଛି ଯେ ଆମେ ଗାଁ ଗୁଡିକୁ ଏ, ବି, ସି, ଡି ପର୍ଯ୍ୟାୟରେ ବାଣ୍ଟି ଦେବୁ। ଯେଉଁ ଗାଁରୁ ୮୦ ପ୍ରତିଶତ ଭୋଟ ମିଳିବ, ସେ ଗାଁ ଏ ପର୍ଯ୍ୟାୟରେ, ୬୦ ପ୍ରତିଶତକୁ ବି, ୫୦ ପ୍ରତିଶତକୁ ସି ଏବଂ ୫୦ ପ୍ରତିଶତରୁ କମ ଭୋଟ ଦେଇଥିବା ଗାଁକୁ ଡି ପର୍ଯ୍ୟାୟରେ ରଖାଯିବ। ପ୍ରଥମେ ବିକାଶ କାର୍ଯ୍ୟ ଏ ପର୍ଯ୍ୟାୟ ଗାଁରେ କରାଯିବ।’

- Advertisement -

ତେବେ ସେ ବିବିସିକୁ କହିଛନ୍ତି ଯେ ତାଙ୍କ ବକ୍ତବ୍ୟକୁ କାଟଛାଣ୍ଟ କରି ପ୍ରକାଶ କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories