www.samajalive.in
Sunday, December 14, 2025
14.1 C
Bhubaneswar

ଯୁବକଙ୍କୁ କାଚ ବୋତଲରେ ଆକ୍ରମଣ

କଲମପୁର : ଏକ ରାସ୍ତା କାମରେ ନିୟୋଜିତ ହେଇ ଏକ ଟ୍ରାକ୍ଟର ଓ ପାଣି ଟାଙ୍କି ମାଧ୍ୟମରେ ରାସ୍ତାରେ ପାଣି ସିଞ୍ଚନ କରୁଥିବା ବେଳେ ଜନୈକ ଯୁବକ ଦଳବଦ୍ଧ ଯୁବକଙ୍କ ଆକ୍ରମଣର ଶିକାର ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୁଚନା ଅନୁସାରେ ଧୁଳିଗୁଡା ଗ୍ରାମର ୨୭ ବର୍ଷିୟ ସୁରେଶ ମାଝୀ ପିତା ତେଲି ମାଝୀ ଏକ ଟ୍ରାକ୍ଟରରେ ଡ୍ରାଇଭର ଭାବେ ନିୟୋଜିତ ହୋଇ କିରକିଚା ରାସ୍ତା କାମରେ ପାଣି ଟାଙ୍କି ନେଇ ପାଣି ସିଞ୍ଚନ କରୁଥିଲେ। କର୍ଲାପାଟ ଗ୍ରାମର ସୁକାନ୍ତ ଗୌଡ, ଶୁସାନ୍ତ ଗୌଡ ଓ ବଳରାମ ମାଝୀଙ୍କ ସମେତ ଧୁଳିଗୁଡାର ଅନ୍ୟ କିଛି ଯୁବକ ଦିନ ବେଳା କାହିଁ ପାଣି ସିଞ୍ଚନ କରାଯାଉଥିବା କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେଇଥିଲା। ଶେଷରେ ସଂଘବଦ୍ଧ ଭାବେ ଏକ କାଚ ବୋତଲରେ ସୁରେଶକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଭଙ୍ଗା ବୋତଲ ମାଡରେ ସୁରେଶର ପିଠି, ହାତ ଓ କହୁଣୀରେ ଆଘାତ ଲାଗିଥିଲା। ସେ ଗୁରୁତର ହେଇ ପଡିବାରୁ ତୁରନ୍ତ ତାକୁ ଉଦ୍ଧାର କରାଯାଇ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଖବର ଲେଖା ହେବା ବେଳକୁ ସୁରେଶର ଅବସ୍ଥା ସ୍ଥିର ରହିଥିଲେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହେଇନାହିଁ। ଏନେଇ ସୁମାତ୍ର ମାଝୀ ଥୁଆମୁଳ ରାମପୁର ଥାନାରେ ତାର ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଏନେଇ ଏକ ଏତଲା ଦେଇଛି। ଏହି ଏତଲାକୁ ଭିତି କରି ଥୁଆମୁଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଥାନା କେସନଂ ୩୨/୨୦୧୯ରେ ମାମଲା ରୁଜୁ କରିବା ସହ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୪୧, ୨୯୪, ୩୨୩, ୩୨୪, ୩୦୭୫୦୬, ୩୪ ଆଇ.ପି.ସି ଆର.ଡବ୍ଲ୍ୟୁ ସେକ୍ସନ୩(୧)(ଆର)(ଏସ)୩(୨)(ଭିଏ) ତଫଶିଲଭୁକ୍ତ ଜାତି ଜନ ଜାତି ସୁରକ୍ଷା ଆଇନ ବଳରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ଭାରପ୍ରାପ୍ତ ଥାନା ଅଧିକାରୀ ମନୋରଞ୍ଜନ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ପିଡିତ ଯୁବକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ରହିଛି।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories