www.samajalive.in
Sunday, December 14, 2025
18.1 C
Bhubaneswar

ପୁଅ କଂଗ୍ରେସରେ ମିଶିବାରୁ ବିଜେପି ମନ୍ତ୍ରୀଙ୍କ ଇସ୍ତଫା

ସିମଳା: ପୁଅ କଂଗ୍ରେସରେ ଯୋଗଦେବାରୁ ହିମାଚଳ ପ୍ରଦେଶର ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତାଙ୍କ ପୁଅ ଆଶ୍ରୟ ଶର୍ମାଙ୍କୁ ପ୍ରାର୍ଥୀ କରିବା ପରେ ଅନିଲ ବଡ଼ ସଂକଟରେ ପଡ଼ିଥିଲେ। ପୂର୍ବରୁ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଖ୍‌ ରାମ ପୁଅ ଆଶ୍ରୟଙ୍କ ସହ ବିଜେପି ପରିତ୍ୟାଗ କରି କଂଗ୍ରେସରେ ସାମିଲ ହେବା କାରଣରୁ ସେ ମାନସିକ ତଥା ରାଜନୈତିକ ଚାପରେ ରହିଥିଲେ। ମଣ୍ଡି ବିଧାୟକ ଅନିଲଙ୍କୁ ବିଜେପି ପ୍ରାର୍ଥୀ ରାମସ୍ବରୂପ ଶର୍ମାଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେପି ପକ୍ଷରୁ କୁହାଯାଇଥିଲା; କିନ୍ତୁ ନିଜ ପୁଅ ବିରୋଧରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ଅମଙ୍ଗ ହୋଇଥିଲେ। ଇସ୍ତଫା ପରେ ଅନିଲ କହିଛନ୍ତି ଯେ ସେ ମଣ୍ଡି ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିବେ। ନିଜ ପୁଅ କିମ୍ବା ବିଜେପି ପ୍ରାର୍ଥୀ, କାହାରି ପାଇଁ ପ୍ରଚାର କରିବେ ନାହିଁ।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଜଣେ ମନ୍ତ୍ରୀଙ୍କ ଠାରେ ବିଶ୍ୱାସ ହରେଇଦିଅନ୍ତି, ତେବେ ସେ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦେବେ କିମ୍ବା ମନ୍ତ୍ରୀ ଜଣଙ୍କ ଇସ୍ତଫା ଦେବେ। ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories