www.samajalive.in
Wednesday, December 10, 2025
15.1 C
Bhubaneswar

ଓଠକୁ ସୁନ୍ଦର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସୁନ୍ଦର ହସର ରହସ୍ୟ ପଛରେ ଓଠର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ମାତ୍ର ବହୁ ସମୟରେ ଏପରି ହୋଇଥାଏ, ଓଠ ସୁନ୍ଦର ହେଲେ ମଧ୍ୟ ଏହାର ରଙ୍ଗ ସୌନ୍ଦର୍ଯ୍ୟକୁ ଫିକା କରି ଦେଇଥାଏ। ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ବହୁ ଉପାୟ କରିଥାଆନ୍ତି। ଏହାସହ ଓଠକୁ ସୁନ୍ଦର କରିବା ପାଇଁ ବଜାରରେ ବିକ୍ରି ହେଉଥିବା ବିଭିନ୍ନ କେମିକାଲ ଯୁକ୍ତ ଦ୍ରବ୍ୟର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଲିପଷ୍ଟିକର ବ୍ୟବହାର ବ୍ୟତୀତ ଆପଣ ପ୍ରାକୃତିକ ଉପାୟରେ ମଧ୍ୟ ନିଜ ଓଠକୁ ଗୋଲାପି ରଙ୍ଗ କରିପାରିବେ। ସେପରି ଏକ ପ୍ରାକୃତିକ ଦ୍ରବ୍ୟ ହେଉଛି ବିଟ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଯେତେ ଉପକାରୀ ଆମ ଓଠର ଗୋଲାପି ରଙ୍ଗ ପାଇଁ ମଧ୍ୟ ଏହାର ଭୂମିକା ସେତେ ଅଧିକ। ଆପଣ ମଧ୍ୟ ଯଦି ନିଜ ଓଠ ରଙ୍ଗକୁ ପ୍ରାକୃତିକ ଉପାୟରେ ଗୋଲାପି କରିବାକୁ ଚାହୁଁଛନ୍ତି ଜାଣନ୍ତୁ ଏହି ଘରୋଇ ଉପାୟ ବିଷୟରେ….
ଆବଶ୍ୟକ ସାମଗ୍ରୀ
ବିଟ
ବାଦାମ ତେଲ
ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପାକୁ ବାହାର କରି , ଏହାକୁ କୋରି ଦିଅନ୍ତୁ। କୋରା ହୋଇଥିବା ବିଟକୁ ଶୁଖାଇ ଦିଅନ୍ତୁ। ଭଲ ଭାବେ ଏହାକୁ ଶୁଖାଇବା ପରେ ଏହାକୁ ପେଷି ପାଲିସ ଭାବେ ଗୁଣ୍ଡ କରି ଦିଅନ୍ତୁ। ୨ଚାମଚ ବିଟ ଗୁଣ୍ଡରେ ୨ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ। ନିୟମିତ ଦିନ ସମୟରେ ୨ରୁ ୩ ଥର ଓ ରାତିରେ ଥରେ ଏହାକୁ ଲଗାଇ ଶୁଅନ୍ତୁ। ଏକ ମାସ ଲଗାଇବା ପରେ ଏହାର ଚତ୍ମକାରିତା ଅନୁଭବ କରିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories