www.samajalive.in
Monday, December 15, 2025
14.1 C
Bhubaneswar

ଶୁକ୍ରବାର ରାଶିଫଳ

ମେଷ: ତରବର ନ ହୋଇ ଅପେକ୍ଷା କଲେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ସର୍ବ ଶୁଭ ଆଶା କରାଯାଏ। ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ।

ବୃଷ: ବହୁ ସୁଖର ଅଧିକାରୀ ହେବେ। ଆଶାବାଦୀ ହେବେ। ରୋଜଗାର ଆଶାନୁରୂପ ହେବ। କାର୍ଯ୍ୟରେ ସଫଳତା ମିଳିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ସର୍ବାଙ୍ଗୀଣ ଉନ୍ନତି ହେବ। ଦାମ୍ପତ୍ୟ ସୁଖ ମିଳିବ।

- Advertisement -

ମିଥୁନ: କାର୍ଯ୍ୟ ସମ୍ପାଦନ କରି ସୁଖ ଅନୁଭବ କରିବେ। ଶୁଭ ଖବର ପାଇ ଖୁସି ହେବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ନେବାକୁ ପଡ଼ିବ। ମଧୁରଭାଷୀ ହୋଇପାରନ୍ତି।

କର୍କଟ: ନିଜ ଇଚ୍ଛା ମୁତାବକ ଫଳପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ନୂତନ ବନ୍ଧୁ ମିଳନ ଶୁଭ ଦାୟକ ହେବ। ପାରିବାରିକ ସମସ୍ୟାର ସମାଧାନ ହେବ।

ସିଂହ: ସବୁ ବାଧା ବିଘ୍ନକୁ ଏଡ଼ାଇ ଉନ୍ନତି ପଥରେ ଆଗେଇ ଯିବେ। ଆୟ ଯଥେଷ୍ଟ ପରିମାଣର ହେବ। ସୁଖ ସମ୍ଭୋଗର ଦିନଟି ଆଜି। ଶତ୍ରୁ ପରାଜୟ ବରଣ କରିବ। ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ସୁଖ-ଶାନ୍ତି ମିଳିବ।

କନ୍ୟା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସୁଖ ସମ୍ମାନ ଲାଭ କରିବେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବେ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ। ଆନନ୍ଦ ଉପଭୋଗ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି।

ତୁଳା: ସେବା ପୂଜାରେ ମନୋନିବେଶ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁଁ ମାନସିକ ସ୍ଥିତି ଭଲ ନ ରହି ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।

ବିଛା: ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଯଶସ୍ୱୀ ହେବେ। ମନରେ ସେବା ଭାବ ଜାଗ୍ରତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ। ସୁଖ ଅନୁଭବ କରିବେ।

ଧନୁ: ବନ୍ଧୁ ମିଳନ ଘଟିପାରେ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବ୍ୟବସାୟରେ ଆଶାଜନକ ଫଳ ପ୍ରାପ୍ତ ହେବେ। କେତେକ ଗୃହ ଉପକରଣ କ୍ରୟ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ମକର: ଶତ୍ରୁର ସମ୍ମୁଖୀନ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ବିଭିନ୍ନ ଦିଗରୁ ସହଯୋଗର ହାତ ଲମ୍ବି ଆସିବ। ସର୍ବ ସୁଖ ଆଶା କରାଯାଏ। ଠକଙ୍କ ପ୍ରତି ସତର୍କ ରହିବେ।

କୁମ୍ଭ: ଯାନବାହନ ଜନିତ ସୁଖ ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ଆସିପାରେ। ବହୁ ସୁଖର ଅଧିକାରୀ ହେବେ। ସମୟେ ସମୟେ ଚିନ୍ତିତ ହୋଇପାରନ୍ତି। ଦୟାର ଅବତାର ହୋଇପାରନ୍ତି। ଦାନଶୀଳ ହେବେ। ଜଳପ୍ରତି ଆଦର ପ୍ରେମୀ ହେବେ।

ମୀନ: ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ଶୁଭ ଅନୁଷ୍ଠାନରେ ଯୋଗଦାନ କରି ଆଦରଣୀୟ ହେବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories