www.samajalive.in
Monday, December 15, 2025
14.1 C
Bhubaneswar

ବିଧାନସଭରାରେ ଏଟିଏମ୍ ତାତି

-କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ,-ମନ୍ତ୍ରୀ ତଥ୍ୟ ରଖିବାକୁ ସବୁ ଦଳର ଦାବି

ଭୁବନେଶ୍ୱର  : ବିମୁଦ୍ରାୟନ ପରେ ଏବେ ଏଟିଏମରୁ ଟଙ୍କା ନମିଳିବା ଘଟଣା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ବିଧାନସଭାରେ ବି ଏଥିନେଇ ଉଦ୍‍ବେଗ ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ଏହାର ପ୍ରତିକାର ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଗୃହରେ ତଥ୍ୟ ରଖିବାକୁ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟମାନେ ଦାବି କରିଥିଲେ।
ଗୁରୁବାର ଶୂନ୍ୟକାଳରେ ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ପ୍ରଥମେ ଏ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏଟିଏମକୁ ଗଲେ
ଟଙ୍କା ମିଳୁନି। ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ବା ଦେଶର ଟଙ୍କା ବାହାରକୁ ପଳାଇଗଲା କି ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ରାଜ୍ୟର ସ୍ଥିତି ନେଇ ମନ୍ତ୍ରୀ ଗୃହରେ ତଥ୍ୟ ରଖନ୍ତୁ ବୋଲି ମତ ରଖିଥିଲେ। ଏହାକୁ ସମର୍ଥନ କରି ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେତେ ଚେଷ୍ଟା କଲେ ବି ଏଟିଏମ୍‍ରୁ ଟଙ୍କା ବାହାରୁନି। ଅର୍ଥ ମନ୍ତ୍ରୀ ଏଥିନେଇ ଏସବିଆଇ ସଜିଏମଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଏଠାରେ ଏଟିଏମ ଖୋଲୁନି କି ଡିିବିଟି କାର୍ଡ଼ ବି କାମ କରୁନି। ସବୁ ଯନ୍ତ୍ର ଫେଲ ମାରିଲାଣି।
ଏଟିଏମ କିପରି ଚାଲିବ ସେଥିନେଇ ଦଳମତ ନିର୍ବିଶେଷରେ ସମସ୍ତଙ୍କର ଉଦ୍‍ବେଗ ରହିଛି। ମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରନ୍ତୁ। ବିଧାୟକ ଦେବାଶିଷ ନରୟକ ଅନୁରୂପ ଅଭିଯୋଗ ଆଣିଥିଲେ। କହିଥିଲେ, ବିମୁଦ୍ରାୟନ ପରେ ପ୍ରଧାନମନ୍ତ୍ରୀ ଜଣେ ହେଲେ କଳା ଟଙ୍କା ନେଇଯାଇଥିବା ଲୋକଙ୍କୁ ଧରିନାହାନ୍ତି। ଦେଶ ବିକ୍ରି ହୋଇଗଲାଣି। ଆର୍ଥିକ ଜରୁରୀ ଅବସ୍ଥା ଘୋଷଣା ଭଳି ପରିସ୍ଥିତି ଉପୁଜିଲାଣି। ସବୁ କାମରେ ଟିକସ ଲାଗୁଛି। ଯେଉଁଠିକି ଯାଉଛୁ ଆମକୁ ଜିଜିଆ କର ଦେବାକୁ ପଡ଼ୁଛି। ଦଳ ମତ ନିର୍ବିଶେଷରେ ଏଭଳି ଉଦବେଗ ଥିବାରୁ ମନ୍ତ୍ରୀ ଏଥିନେଇ ରିଜର୍ଭ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ କଥା ହୁଅନ୍ତୁ। ବିଧାୟକ ମହେଶ୍ୱର ସାହୁ କହିଥିଲେ ଯେ ଦୁର୍ଭାଗ୍ୟର କଥା ବ୍ୟାଙ୍କରେ ଆମ ଧନ ଆମେ କାଢ଼ିପାରୁନୁ ମନ୍ତ୍ରୀ ଗୃହରେ ଏଥିନେଇ ବିବୃତି ରଖନ୍ତୁ।
ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଗୃହରେ ଏବଂ ରାଜ୍ୟବାସୀଙ୍କ ମନରେ ଏଥିନେଇ ଏକ ଅଯଥା ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି। ବ୍ୟାଙ୍କ ଏଟିଏମରେ ଟଙ୍କା ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏ ସମ୍ପର୍କରେ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ଦେଶ ବିକ୍ରି ହୋଇଯାଇଛି ବୋଲି କହିବା ଠିକ ନୁହେଁ। ଏ ବିଷୟରେ ରାଜନୀତି କରିବା ଅପେକ୍ଷା ମନ୍ତ୍ରୀ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ବୈଠକ କରି ପ୍ରକୃତ ରିପୋର୍ଟ ଗୃହରେ ରଖିବାକୁ ସେ ଦାବି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories