www.samajalive.in
Monday, December 15, 2025
16.1 C
Bhubaneswar

ନରମିଲେ ସୁଆର, ଆଜି ମିଳିବ ବରାଦି ଅବଢ଼ା

ପୁରୀ : ନରମିଲେ ସୁଆର ମହାସୁଆର ସେବକ । ୪ଦିନ ଧରି ଚାଲିଥିବା ଅସହଯୋଗ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି । ଶୁକ୍ରବାର ବରାଦି ମହାପ୍ରସାଦ ପ୍ରସ୍ତୁତ କରାଯିବ। ଭକ୍ତମାନେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ପାଇବେ। ସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ଏଥିନେଇ ସୂଚନା ଦେଇଛନ୍ତି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିବା ସେ ଗଣମାଧ୍ୟମକୁ କହିଛନ୍ତି ।
ସୋମବାରଠାରୁ ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି। ତେବେ ଏଥିନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନିର୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ସୋମବାର ଶ୍ରୀଜୀଉଙ୍କ ସେବାପୂଜା ପ୍ରାୟ ୪ ଘଣ୍ଟା ବିଳମ୍ବ ହୋଇଥିଲା । ରାତି ୧୦ଟା ସୁଦ୍ଧା ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇପାରି ନଥିଲା। ଏଥିଯୋଗୁଁ ପ୍ରାୟ ୩୦ଲକ୍ଷ ଟଙ୍କାର ବରାଦି ଅବଢ଼ା ମହାପ୍ରଭୁଙ୍କୁ ଭୋଗ କରାଯାଇ ନଥିଲା। ସୁଆର ମହାସୁଆର ସେବକ ସିଂହଦ୍ୱାର ସମ୍ମୁଖରେ ଗଣଧାରଣା ଦେଇଥିଲେ। ପ୍ରଶାସନ ପକ୍ଷରୁ ଅମୁଣିଆ ମହାପ୍ରସାଦ ପୋତା ଯାଇଥିଲା। ସୁଆର ସେବକମାନେ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ପ୍ରଶାସନ ଓ ସୁଆର ନିଯୋଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଲୋଚନା ବିଫଳ ହେବାରୁ ୪ଦିନ ଧରି ସୁଆର ସେବକ ବରାଦି ମହାପ୍ରସାଦ ରାନ୍ଧିବାକୁ ଯାଉନଥିଲେ। ଏଥିଯୋଗୁଁ ଆନନ୍ଦବଜାର ଖାଁ ଖାଁ ପଡ଼ିଥିଲା। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ କାଣିଚାଏ ମହାପ୍ରସାଦ ନପାଇ ମନଦୁଃଖରେ ଫେରୁଥିଲେ । ଶୁକ୍ରବାର ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories