www.samajalive.in
Sunday, December 14, 2025
23.1 C
Bhubaneswar

କଟକଣା ଲଗାଇଛି ପ୍ରଶାସନ

-ନୀତିକାନ୍ତି ଶୃଙ୍ଖଳା ମନ୍ଦିର ପ୍ରଶାସନ ଓ ସରକାର ବୁଝିବେ, -ସୁଆର ସେବକଙ୍କ ଆବେଦନ ଶୁଣାଣି ପାଇଁ ଗୃହୀତ

କଟକ : ହାଇକୋର୍ଟଙ୍କ ନିର୍ଦେଶନାମାକୁ ବ୍ୟତିକ୍ରମ କରାଯାଉଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡିଶା ହାଇକୋର୍ଟ। ଜଗମୋହନ ମାମଲାର ଶୁଣାଣି କରି ଆଜି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମରାମତି ସଂପର୍କିତ ଦୈନନ୍ଦିନ କାର୍ଯ୍ୟର ତଦାରଖ କରୁଛନ୍ତି ହାଇକୋର୍ଟ। ତେବେ ନୀତିକାନ୍ତି ଓ ସେବା ସଂପର୍କିତ କାର୍ଯ୍ୟର ତଦାରଖ ଦାୟିତ୍ୱ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର। ଅନ୍ୟପକ୍ଷରେ ଗତ ୧୦ ତାରିଖର ନିର୍ଦେଶ ଅନୁଯାୟୀ ଗତ ୧୬ତାରିଖରେ ଭକ୍ତଙ୍କ ନିମନ୍ତେ ଜଗମୋହନ ଖୋଲାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସତ୍ୟପାଠ ମାଧ୍ୟମରେ ଅଦାଲତଙ୍କୁ ଅବଗତ କରିଛନ୍ତି। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ମିସ କେସ ଦାୟର କରାଯାଇ କୋର୍ଟଙ୍କ ଗତ ନିର୍ଦେଶନାମାରେ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଛି। ସେହିପରି ନୀଳଚକ୍ରର ମରାମତି କାମ ଶେଷ ହୋଇଥିବା ନେଇ ଏଏସଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି।
ସୁଆର ନିଯୋଗ ପକ୍ଷରୁ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରାଯାଇଥିବାବେଳେ ଏହାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କ ପକ୍ଷରୁ ଦାୟର ଏହି ମାମଲାରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ରୁଜୁ ହୋଇଛି। ତେବେ ଗର୍ଭଗୃହରେ କେଉଁ ସେବାୟତ ରହିବେ ଓ କେଉଁ ସେବାୟତ ରହିବେ ନାହିଁ ସେ ସଂପର୍କରେ ହାଇକୋର୍ଟ କୌଣସି ନିର୍ଦେଶନାମା ଦେଇ ନଥିବା ସ୍ପଷ୍ଟ କରିଛନ୍ତି। କେବଳ ଶ୍ରୀମନ୍ଦିର ସଂସ୍କାର କମିସନ ଜଷ୍ଟିସ ବି. ପି ଦାସଙ୍କ ଏକ ସୁପାରିସକୁ ମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବାକୁ ଯାଉଥିବା ନେଇ ହାଇକୋର୍ଟଙ୍କୁ ଗତ ୧୦ ତାରିଖର ଶୁଣାଣି ବେଳେ ଅବଗତ କରିଥିଲେ। କେବଳ ପାଳିଆ ସେବକ ଗର୍ଭଗୃହକୁ ପ୍ରବେଶ କରିବେ, ଅନ୍ୟ ଭକ୍ତଙ୍କୁ ବାରଣ କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ମହାପ୍ରସାଦ ପ୍ରସ୍ତୁତ ହୋଇପାରୁ ନଥିବା ନେଇ ମନ୍ଦିର ପ୍ରଶାସନ ଅଦାଲତରେ ସ୍ୱୀକାର କରିଛି। ତେବେ ପୂର୍ବଭଳି ସୁଚାରୁରୂପେ ନୀତିକାନ୍ତି ଓ ସେବାରେ ସମସ୍ତ ସେବାୟତ ଓ ପ୍ରଶାସନ ସହଯୋଗ କରିବାକୁ କହିଛନ୍ତି ଓଡିଶା ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ତେବେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories