www.samajalive.in
Sunday, December 14, 2025
26.1 C
Bhubaneswar

କମଳାଙ୍କୁ ମିଳିଲା ଘର

ଜୟପୁର: ଶେଷରେ ମୁଣ୍ଡ ଗୁଞ୍ଜି ରହିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ଛାତ ଘରଟିଏ ମିଳିଛି। ସୂଚନାଥାଉକି ଭଙ୍ଗା କୁଡ଼ିଆ ତଳେ ସେ ଦୟନୀୟ ଭାବେ ରହୁଥିବା ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ‘କାଗଜ ନୁହେଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦେଲେ ଭଲ ହୁଅନ୍ତା’ ବୋଲି ‘ସମାଜ’ ସହ ସାକ୍ଷାତକାର ସମୟେ କମଳା ଭାବବିହ୍ୱଳ ହୋଇ କହି ପକାଇଥିଲେ କମଳା। ଗତ ମାର୍ଚ୍ଚ ମାସ ୨୨ତାରିଖ ଏ ସମ୍ପର୍କରେ ‘ସମାଜ’ରେ ସର୍ବପ୍ରଥମେ ଏକ ତଥ୍ୟଭିତ୍ତିକ ପ୍ରକାଶିତ ହୋଇଥିଲା। ପରେ ରାଜ୍ୟବ୍ୟାପୀ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାପରେ ଶ୍ରୀମତି ପୂଜାରୀଙ୍କ ସାନପୁଅ ଟଙ୍କଧରଙ୍କ ନାମରେ ଆବଣ୍ଟନ ଓ ଦୀର୍ଘ ଦିନରୁ ଅଧପନ୍ତରିଆ ନିର୍ମାଣ ହୋଇ ପଡ଼ିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରତି ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା-ଫଳସ୍ୱରୂପ ଏହା ସମ୍ପୂର୍ଣ୍ଣ ହୋଇଥିଲା। ଆଜି କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦେବେନ ପ୍ରଧାନଙ୍କ ସମେତ ଜୟପୁର ବ୍ଲକର ପଦାଧିକାରୀ ଓ କର୍ମକର୍ତ୍ତା ପାତ୍ରପୁରସ୍ଥିତ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଶ୍ରୀମତି କମଳା ପୂଜାରୀଙ୍କ ଘରକୁ ଯାଇ ନବନିର୍ମିତ ଘରଟି ହସ୍ତାନ୍ତର କରିବା ସହ ଶ୍ରୀମତି ପୂଜାରୀ ଓ ଡିଆରଡିଏ ପିଡି ରିବନ୍‌ କାଟି ନବ ଗୃହକୁ ପ୍ରବେଶ କରିଥିବା ଜଣାଯାଇଛି।
ଦଦରା ଝାଟିମାଟି ଘରୁ ତୁରନ୍ତ ଶ୍ରୀମତି ପୂଜାରୀଙ୍କୁ ଆଣି ଆଜି ହସ୍ତାନ୍ତର କରାଯାଇଥିବା ନୂଆ ଘରେ ରଖିବାକୁ ଓ ରହିବାକୁ ତାଙ୍କ ସାନପୁଅ ଟଙ୍କଧରଙ୍କୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଗଣ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ଜୟପୁର ଏବିଡିଓ ମନୋଜ କୁମାର ନାୟକ, ସହକାରୀ ପିଡି ଗୌରୀଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ସାନ ପୁଅକୁ ଘର ମିଳିବାରୁ ଶ୍ରୀମତି ପୂଜାରୀଙ୍କ ବଡ଼ ପୁଅ ଧନୁର୍ଜ୍ଜୟ ଦୁଃଖରେ ଭାଙ୍ଗି ପଡିଥିବାବେଳେ ବଡ଼ ପୁଅ ଧନୁର୍ଜୟଙ୍କୁ ମଧ୍ୟ ଘର ଖଣ୍ଡେ ମିଳିଲେ ତାଙ୍କ ପରିବାର ଶାନ୍ତିରେ କାଳାତିପାତ କରିପାରନ୍ତେ ବୋଲି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା ଶ୍ରୀମତି ପୂଜାରୀ ମତ ପୋଷଣ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories