www.samajalive.in
Sunday, December 14, 2025
15.1 C
Bhubaneswar

ମାୟାବତୀଙ୍କୁ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭୂୟସୀ ପ୍ରଶଂସା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମାୟାବତୀଙ୍କର ଭୂୟସୀ ପ୍ରଶଂସା ରିଛନ୍ତି। ତାଙ୍କ ଶାସନ ଅଧିକ ଦକ୍ଷ ଥିଲା ବୋଲି ସେ କହିଛନ୍ତି। ଉନ୍ନାଓ ମାମଲା ପରିଚାଳନାରେ ଆଦିତ୍ୟନାଥ ସରକାରଙ୍କ ବିଫଳତା ପ୍ରତି ସେ ଅଙ୍ଗୁଳି ନିର୍ଦେଶ କରିବା ପୂର୍ବକ ଏଭଳି କହିଛନ୍ତି। ପୁଲିସ ବିଧାୟକ କୁଲଦୀପ ସେନଗରଙ୍କ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମାମଲା ଏତେ ବଢ଼ି ନଥାନ୍ତା। ମାୟାବତୀ ପ୍ରଶାସନକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରିବାର ଦକ୍ଷତା ରଖିଥିଲେ। ସୁପ୍ରଶାସନ ପାଇଁ ସେ ବିଖ୍ୟାତ ଥିଲେ।ଚକେବଳ ସେତିକି ନୁହେଁ; ମାୟାବତୀ ଓ ପଞ୍ଚିମବଙ୍ଗର ମମତା ବାନାର୍ଜୀଙ୍କୁ ଗଣମାଧ୍ୟମ ବଦନାମ କରିଛନ୍ତି ବୋଲି କହିବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମମତା ଏବେ ବହୁ ବିଜେପି ଶାସିତ ରାଜ୍ୟଠାରୁ ଭଲ କାମ କରୁଥିବା ସେ ବର୍ଣ୍ଣନା କରିଛନ୍ତି। ଏକ ଟିଭି ଚାନେଲକୁ ସାକ୍ଷାତକାର ସମୟରେ ସେ କହିଥିବା ଏଭଳି କଥା ଏବେ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଛି; ଫଳରେ ମନ୍ତ୍ରୀ ସ୍ୱାମୀ ପ୍ରସାଦ ଅଡ଼ୁଆରେ ପଡ଼ିଯାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories