ମାସକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦମ୍ପତି ଚା’ ବିକିବାକୁ ଛାଡିଲେ ଚାକିରି

0

ନାଗପୁର(ମହାରାଷ୍ଟ୍ର): ଚା’ ବିକିବା ପାଇଁ ଏକ ଦମ୍ପତି ମାସକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଚାକିରି ଛାଡି ଦେଇଛନ୍ତି । କଥାଟା ଅଜବ ଲାଗୁଥିଲେ ବି ସତ । ମହାରାଷ୍ଟ୍ର ନାଗପୁରରେ ଏପରି ଘଟଣା ଘଟିଛି ।  ନୀତନ ବିୟାନି ଓ ପୂଜା ସଫ୍ଟଓ୍ୱାର ଇଂଜିନିୟର ଭାବେ ପ୍ରତିଷ୍ଠିତ ଥିଲେ । ସେମାନେ ପୁନେର ଏକ ସଫ୍ଟଓ୍ୱାର କମ୍ପାନୀରେ କାମ କରୁଥିଲେ । ମାସକୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଏହି ଦୁଇ ଜଣଙ୍କର ଦରମା ବର୍ଷକୁ ଏକ କୋଟି ୮୦ ଲକ୍ଷ ଟଙ୍କା ଥିଲା । ମାତ୍ର ୫ ମାସ ପୂର୍ବେ ଏମାନେ ନାଗପୁରରେ ଏକ ଚା ଦୋକନ ଖୋଲିବା ପାଇଁ ଚାକିରି ଛାଡି ଦେଇଥିଲେ ।

ଚାଏ ଭିଲା’ ନାମକ ଏକ ଦୋକାନ ଏମାନେ ନାଗପୁରରେ ଖୋଲିଛନ୍ତି ।ଏଠାରେ ୧୫ ପ୍ରକାରର ଚା ଓ କଫି ମିଳୁଛି । ଏହା ସହ ବିଭିନ୍ନ ପ୍ରକାରର ସ୍ନାକ୍ସ ଏଠାରେ ଉପଲବ୍ଧ । ହ୍ୱାଟସ୍‌ଆପ୍‌ ଓ ଅନ୍‌ଲାଇନ୍‌ରେ ଚା’ ବରାଦ ଦେଇ ହେଉଛି । ଏହା ସହ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ ଓ ହସ୍‌ପିଟାଲ୍‌ରେ ସ୍ୱତନ୍ତ୍ର ପାତ୍ରରେ ଗରମ ଚା’ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

ଏହାର ମାଲିକ ନୀତିନ ବିୟାନି ଧୀରେ ଧୀରେ ନିଜ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି । ନୀତନ ବିୟାନି ଆଇବିଏମ୍‌, କଗ୍ନିଜାଣ୍ଟ ପରି ପ୍ରତିଷ୍ଠିତ ସଫ୍ଟଓ୍ୱାର କମ୍ପାନୀମାନଙ୍କରେ ୧୦ ବର୍ଷ ଧରି କାମ କରିଛନ୍ତି । ଏବେ ଚା ବିକି ମାସକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି । ଧୀରେ ଧୀରେ ବ୍ୟବସାୟ ବଢିଲେ ତାଙ୍କର ରୋଜଗାର ବଢିବ ବୋଲି ସେ ଆଶା ରଖିଛନ୍ତି ।

Leave A Reply