ଡିଜିପି ଦାୟିତ୍ୱ ନେଲେ ବି.କେ. ଶର୍ମା
କଟକ : ହୋମଗାର୍ଡ ଏବଂ ପୁଲିସ ଡିଜି ବି.କେ ଶର୍ମା ସୋମବାର ଡିଜିପି ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଜିପ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଶର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଆମପାଇଁ ଚ୍ୟାଲେଞ୍ଜ ହେବ ଏବଂ ଅବାଧ, ମୁକ୍ତ ନିର୍ବାଚନ ହେବାପାଇଁ ପୁଲିସ କାର୍ଯ୍ୟ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।
ପତ୍ନୀଙ୍କ ବିୟୋଗ ପାଇଁ ଡିଜିପି ରାଜେନ୍ଦ୍ର ପ୍ରତାପ ଶର୍ମା ଛୁଟିରେ ରହିଥିବାରୁ ବି.କେ ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି।
Comments are closed.