ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପୁଅ ପାଇଲା ଆଇଇଏସ୍ ; ଜାଣନ୍ତୁ ସଫଳତାର କାହାଣୀ
ନୂଆଦିଲ୍ଲୀ : କଥାରେ ଅଛି, ସଂଘର୍ଷର ଅନ୍ୟନାମ ସଫଳତା, ଯାହାର ଜୀବନ୍ତ ଉଦାହରଣ ୟୁପିଏସି ପରୀକ୍ଷା ଫଳ ବାହାରିବା ପରେ ଜଣାପଡିଛି। ଆଜି ଆମେ ଏମିତି ଏକ ସଂଘର୍ଷପୂର୍ଣ୍ଣ କାହାଣୀ ଉପସ୍ଥାପନା କରୁଛୁ। ପ୍ରଥମ ଥର ୟୁପିଏସି ପରୀକ୍ଷା ଦେଇଥିବା ପ୍ରଦୀପ ସିଂହ ୯୩ ର୍ୟାଙ୍କରେ ଉତ୍ତିର୍ଣ୍ଣ ହୋଇଛନ୍ତି। ମାତ୍ର ୨୨ ବର୍ଷ ବୟସରେ ପ୍ରଦୀପ ପାଇଥିବା ଏହି ସଫଳତାରେ ପରିବାର ଯେତିକି ଖୁସି ହୋଇଛନ୍ତି ତାଙ୍କ ସଘର୍ଷ କାହାଣୀ ମଧ୍ୟ ସେତିକି ହୃଦୟସ୍ପର୍ଶୀ। ପ୍ରଦୀପଙ୍କ ପିତା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଛନ୍ତି। ଏହାସହ ପ୍ରଦୀପଙ୍କ ପିତା ନିଜର ଘର ବିକି ପୁଅଙ୍କ ପାଠ ପଢାଇଥିବା ଜଣାପଡିଛି। ପ୍ରଦୀପ ନିଜର ବାଲ୍ୟ ଜୀବନରୁ ହିଁ ଗରିବି ଓ ଆର୍ଥିକ ଅନାଟନର ସମ୍ମୁଖୀନ ହୋଇଛନ୍ତି। ପ୍ରଦୀପ ନିଜର ଏକ ସାକ୍ଷାତକାରରେ କହିଛନ୍ତି ମୁଁ ମୋ ବାପା, ମାଙ୍କ ତ୍ୟାଗକୁ କେବେବି ଭୁଲିପାରିବି ନାହିଁ। ୟୁପିଏସି ପରୀକ୍ଷା ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀକୁ ଯିବାକୁ ପଡିଥିଲା ଯାହାପାଇଁ ପିତା ଘର ବିକିଥିବା ପ୍ରଦୀପ କହିଛନ୍ତି। ପରୀକ୍ଷା ମଝିରେ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା, ତେଣୁ ଏହି ଚିନ୍ତାରେ ମୁଁ ପରୀକ୍ଷାରେ ଉତ୍ତିର୍ଣ୍ଣ କରିବାର ଆଶା ନଥିଲା।
୧୯୯୨ ମସିହାରେ ବିହାରରୁ ପ୍ରଦୀପଙ୍କ ପିତା ରୋଜଗାର ଖୋଜିବା ପାଇଁ ଇନ୍ଦୋର ଆସିଥିଲେ। ନିଜର କମ ରୋଜଗାରେ ବାପା ପ୍ରଦୀପଙ୍କୁ ସିବିଏସି ବିଦ୍ୟାଳୟରେ ପାଠ ପଢାଇଥିଲେ। ପ୍ରଦୀପଙ୍କ ବଡ ଭାଇଙ୍କ ପାଇଁ ସେ ୟୁପିଏସି ପ୍ରତି ଆଗ୍ରହ ଆସିଥିବା ସେ କହିଛନ୍ତି। ପ୍ରଦୀପ କହିଛନ୍ତି ଗରିବି ହଟାଇବା ପାଇଁ ସେ ଗୁରୁତ୍ୱପୁର୍ଣ୍ଣ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ନିୟମ-କାନୁନ, ମହିଳା ଶସକ୍ତିକରଣ ଉପରେ କାମ କରିବେ ବୋଲି କହିଛନ୍ତି।
Comments are closed.