www.samajalive.in
Monday, December 8, 2025
14.1 C
Bhubaneswar

ରଜରେ କରନ୍ତୁ ରାଶି ପିଠା

ଆବଶ୍ୟକ ସାମଗ୍ରୀ :

ଚାଉଳ – ୩କପ

- Advertisement -

ଗୁଡ – ୨୦୦ଗ୍ରାମ

ରାଶି – ୧କପ

ପାଣି – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳକୁ ପାଣିରେ ଗୋଟିଏ ରାତି ଭିଜାଇ ଦିଅନ୍ତୁ। ତାପରେ ଚାଉଳରୁ ପାଣି ବାହାର କରି ତାକୁ ପେଷି ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହୋଇଗଲେ ସେଥିରେ ରାଶି ପକାଇ ଭାଜନ୍ତୁ। ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ତାପରେ ଗୁଡକୁ କଡେଇରେ ଅଳ୍ପ ଭାଜନ୍ତୁ। ସେଥିରେ ରାଶି ପକାଇ ସଙ୍ଗେ ସଙ୍ଗେ କାଢି ଦିଅନ୍ତୁ। ପୁଣି ଗ୍ୟାସରେ ପ୍ୟାନ ବସାନ୍ତୁ। ପେଷି ଥିବା ଚାଉଳକୁ ପ୍ୟାନରେ ପକାଇ ପିଠା ଆକୃତିର କରି ଦିଅନ୍ତୁ। ତାର ଉଭୟ ପାର୍ଶ୍ବକୁ ସେକି ଦିଅନ୍ତୁ। ତା ପ​‌ରେ ସେଥିରେ ଗୁଡ ଓ ରାଶିର ମିଶ୍ରଣ ପକାଇ ପିଠାର ଉଭୟ ପାର୍ଶ୍ବକୁ ମୋଡି ଦିଅନ୍ତୁ। ପିଠାକୁ ଅଳ୍ପ ସମୟ ସେକି ପ୍ଲେଟକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାଶି ପିଠା।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories