www.samajalive.in
Saturday, December 6, 2025
23.1 C
Bhubaneswar

୭୩ବର୍ଷ ପୁରୁଣା କାର୍‌, ଗୁଜରାଟରୁ ଲଣ୍ଡନ ଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ୧୯୫୦ ମସିହାରେ ନିର୍ମିତ ଏକ ଏମ୍‌ଜି ୱାଇଟି କାର୍‌ରେ ଯାତ୍ରା କରିଛନ୍ତି ଏକ ପରିବାର। ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ରାସ୍ତା ୧୩ ହଜାର ୫୦୦ କିଲୋମିଟରରୁ ଅଧିକ ହୋଇଥିବାବେଳେ କାର୍‌ରେ ଏହି ପରିବାର ୭୬ଦିନରେ ଏହି ଯାତ୍ରାକୁ ଶେଷ କରିଛନ୍ତି। ଗୁଜରାଟର ଦମନ ଥାକୋର, ତାଙ୍କର ୭୫ବର୍ଷୀୟ ବାପା ଦେବଲ ଥାକୋର ଓ ଦମନଙ୍କ ୨୧ବର୍ଷୀୟା ଝିଅ ଦେବାଂଶୀ ଏହି ଯାତ୍ରାରେ ସାମିଲ ଥିଲେ।


ନିଜ ଯାତ୍ରା ସମୟରେ ସେମାନେ ୧୬ଟି ଦେଶ ଯାଇଥିଲେ। ଗତବର୍ଷ ଅଗଷ୍ଟ ୧୨ରେ ସେମାନେ ଗୁଜରାଟରୁ ବାହାରି ମୁମ୍ବଇରେ ପହଞ୍ଚିଥିଲେ। ମୁମ୍ବଇରୁ ସେମାନେ ଜାହାଜରେ ଦୁବାଇରେ ଅଗଷ୍ଟ ୨୮ରେ ପହଞ୍ଚିଥିଲେ। ତାଙ୍କ କାର୍‌ ମଧ୍ୟ ଜାହାଜରେ ଇରାନରେ ପହଞ୍ଚିଥିଲା। ଇରାନରୁ ପୁନର୍ବାର କାର୍‌ରେ ବସି ସେମାନେ ଅଜରବୈଜାନ, ଜର୍ମାନୀ, ଫ୍ରାନ୍ସ ଆଦି ଦେଶ ଦେଇ ଅକ୍ଟୋବର ୨୬ରେ ଲଣ୍ଡନରେ ପହଞ୍ଚିଥିଲେ। ଏହି ଯାତ୍ରା ପାଇଁ ଥାକୋର ପରିବାର ଗତ ଦୁଇବର୍ଷ ହେବ ପ୍ରସ୍ତୁତି କରି ଆସୁଥିଲା। ସେମାନେ ପ୍ରଥମେ ନିଜ ପୁରୁଣା କାର୍‌କୁ ମରାମତି କରିଥିଲେ। ମରାମତି ପାଇଁ ଆବଶ୍ୟକ ଉପକରଣ ସେମାନେ ବିଦେଶରୁ ମଗାଇଥିଲେ। ଏହି ଯାତ୍ରା ସମ୍ପର୍କରେ ଦମନ କହିଥିଲେ ପ୍ରବଳ ଗରମ, ବରଫପାତ, ପର୍ବତାଞ୍ଚଳ ଦେଇ ସେମା​‌ନେ ଲଣ୍ଡନରେ ପହଞ୍ଚିଥିବାରୁ ବେଶ୍‌ ଖୁସି ଅଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories