ସରକାରୀ ଜାଗାରେ ନିର୍ମିତ କୋଠା ଭାଙ୍ଗିବେ ସରକାର
ସମାଜ ଡିଜିଟାଲ ଡେସ୍କ: ସରକାରୀ ଜାଗାକୁ ଜବରଦଖଲ କରି ନିର୍ମିତ କୋଠାଗୁଡ଼ିକୁ ସରକାର ଭାଙ୍ଗିଦେବେ। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ସମସ୍ତ କୋଠାକୁ ଭଙ୍ଗାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ପୂର୍ବରୁ କେବଳ ସରକାରୀ ଜାଗା ଜବରଦଖଲ କରିଥିବା ଗରିବ ଲୋକଙ୍କ କୋଠା ଭଙ୍ଗାଯାଉଥିଲା। କିନ୍ତୁ ଏବେ ସରକାରୀ ଜାଗା ଜବରଦଖଲ କରିଥିବା ବଡ଼ ବଡ଼ିଆ ଲୋକଙ୍କ କୋଠାରେ ବୁଲଡୋଜର ବୁଲିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ୪ ଡିସିମିଲ ଜାଗା ଜବରଦଖଲ କରି ଘର କରିଥିବା ଗରିବ ଲୋକ ଜବରଦଖଲକାରୀ ନୁହନ୍ତି। ଅଧିକ ଜାଗା ମାଡ଼ିବସି କୋଠା ତିଆରି କରିଥିବା ଲୋକ ହିଁ ଜବରଦଖଲକାରୀ। ତେଣୁ ଏସବୁ କୋଠା ଚିହ୍ନଟ କରି ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.