ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି କଲେ ସୁର

ସମାଜ ଡିଜିଟାଲ ଡେସ୍କ: ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ୭ ତାରିଖରୁ ଘଟଣା ଘଟି ଅଭିଯୋଗ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି ସୁର। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

ସୁର ଗଣମାଧ୍ୟମକୁ କହିଛନ୍ତି ଯେ, ଅଧିକାରୀ ଜଣଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ। ତାଙ୍କୁ ଗିରଫ ନ କରି ଓଲଟି ମାଡ଼ ଖାଇଥିବା ଅଧିକାରୀଙ୍କୁ ସରକାର ବଦଳି କରିଦେଲେ। ଏ କି ପ୍ରକାର ନ୍ୟାୟ ବୋଲି ସୁର ପ୍ରଶ୍ନ କରିଛନ୍ତି।

Comments are closed.