www.samajalive.in
Monday, December 15, 2025
27.1 C
Bhubaneswar

ମମତାଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଣିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ନିର୍ବାଚନ ଆୟୋଗ କଲକାତା ପୁଲିସ କମିସନର ଅଞ୍ଜୁ ଶର୍ମାଙ୍କ ସମେତ ୪ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ଲାଗି ନିର୍ଦେଶ ଦେଇଥିଲେ। ଇସିଙ୍କ ଏହି ନିର୍ଦେଶକୁ ମମତା ପକ୍ଷପାତିତା ବୋଲି ଦର୍ଶାଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଇସି ଏହି ବଦଳି ନିର୍ଦେଶ ଦେଇଛନ୍ତି। ତେବେ ମମତାଙ୍କ ଏହି ଅଭିଯୋଗକୁ ରବିବାର ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। ଇସିଙ୍କ କାର୍ୟ୍ୟର ସ୍ବଚ୍ଛତା ଉପରେ ଏପରି ପ୍ରଶ୍ନ ଉଠାଇବା ମମତାଙ୍କ ପକ୍ଷେ ଠିକ୍ ନୁହେଁ। ଜନ ପ୍ରତିନିଧି ଆଇନର ଧାରା ୨୮ ଅନୁଯାୟୀ ଏପରି ବଦଳି ନିର୍ଦ୍ଦେଶ ଦେବା ନିର୍ବାଚନ ଆୟୋଗଙ୍କ ଅଧିକାର ପରିସର। ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ପ୍ରତ୍ୟେକ ପୁଲିସ ଅଧିକାରୀ ନିର୍ବାଚନ ଆୟୋଗଙ୍କ ଅଧୀନ। ତେଣୁ ସେ ନିର୍ବାଚନ ଆୟୋଗଙ୍କ ନୀତି ଓ ଶୃଙ୍ଖଳା ମଧ୍ୟରେ ରହିବାକୁ ବାଧ୍ୟ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories