www.samajalive.in
Tuesday, December 9, 2025
17.1 C
Bhubaneswar

ମୋରଡ଼ା ପାଇଁ ପ୍ରଭାସ ହେଲେ କଂଗ୍ରେସ ପ୍ରାର୍ଥୀ

ବଡ଼ସାହି/ରାସଗୋବିନ୍ଦପୁର -ରବିବାର ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ମୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଭାସ କର ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ପକ୍ଷରୁ ଏକକ ଆଦେଶ ବା ସିଙ୍ଗଲ ଅର୍ଡ଼ର ଭାବେ ପ୍ରକାଶିତ ଘୋଷଣା ଫଳରେ ବୀରମିତ୍ରପୁର ଭଳି ଏଠାରେ କଂଗ୍ରେସ ଓ ଜେଏମଏମ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ ଲଢ଼େଇ ହେବାକୁ ଯାଉଛି। ପୂର୍ବରୁ ବିଜେଡ଼ି ରାଜକିଶୋର ଦାସଙ୍କୁ ଓ ବିଜେପି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଜେଏମଏମ କଳିଙ୍ଗ କିଶୋର ଜେନାଙ୍କୁ ପ୍ରାର୍ଥୀ କରିଛି। ବଡ଼ସାହି ବ୍ଲକ ଜଡ଼ିପାଳ ଶାସନରେ ଜନ୍ମୀତ ୪୬ବର୍ଷୀୟ ପ୍ରଭାସ କରମହାପାତ୍ର ପୂର୍ବରୁ ଜିଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଭାପତି ଭାବେ ସଫଳ ଦାୟିତ୍ୱ ତୁଲାଇ ଥିବା ବେଳେ ୨୦୧୪ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ମୋରଡ଼ାରୁ ନିର୍ବାଚନ ଲଢ଼ି ୨୪ହଜାର ୮୦୦ ପାଖାପାଖି ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ। ଦଳୀୟ ଟିକଟ ପ୍ରଦାନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ନିକଟୋର କୃତଜ୍ଞତା ଜ୍ଞାପନ କରିଛନ୍ତି। ମଙ୍ଗଳବାର ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସମାଜକୁ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories