୭୦୦ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବା ପାଇଁ ଲାଗିଲା ସାଲାଇନ୍‌

0

ନୂଆଦିଲ୍ଲୀ: ତେଲେଙ୍ଗାନାର ମହାବୁବ ନଗର ଜିଲାରେ ଏକ ୭୦୦ବର୍ଷର ବରଗଛକୁ ବଞ୍ଚାଇବା ପାଇଁ ଜଙ୍ଗଲବିଭାଗ ଅଭିନବ ପନ୍ଥା ଆପଣେଇ ଥିବା ଦେଖିବାକୁ ମିଳିଛି। ଉକ୍ତ ଗଛ କ୍ରମଶଃ ଝାଉଳି ପଡ଼ୁଥିବାରୁ ଜଙ୍ଗଲବିଭାଗ ପକ୍ଷରୁ ଉକ୍ତ ଗଛର ଏକାଧିକ ସ୍ଥାନରେ ସାଲାଇନ ମାଧ୍ୟମରେ ପୌଷ୍ଠିକ ସାର ପ୍ରତ୍ୟାରୋପଣ କରାଯିବାର ଦୃଶ୍ୟ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଦୀର୍ଘ ୭୦୦ ବର୍ଷ ମଧ୍ୟରେ ଏହି ବରଗଛଟି ବିଲାଳ ଆକାର ଧାରଣ କରିବା ସହ ଏହାର ଶାଖା ଗୁଡ଼ିକ ମାଟି ସଂସ୍ପର୍ଷରେ ଆସି ବ୍ୟାପକ ଅଞ୍ଚଳରେ ମାତି ଯାଇଛି। ବିଶ୍ୱରେ ଦ୍ୱିତୀୟ ବୃହତ ବରଗଛ ଭାବରେ ଏହି ଗଛ ସ୍ଥାନିତ ଥିବାରୁ ଏହାକୁ ଜୀବନ୍ତ ସଂରକ୍ଷଣ କରିବା ଦିଗରେ ଜଙ୍ଗଲବିଭାଗ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରାଯାଉଛି। ତେଲେଙ୍ଗାନାରେ ପିଲ୍ଲାମାରି ନାମକ ଏହି ସ୍ଥାନ ଉକ୍ତ ବରଗଛ ପାଇଁ ବ୍ୟାପକ ପର୍ଯଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବାବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ଜଙ୍ଗଲବିଭାଗ ବେଶ୍‌ ତତ୍ପର ହୋଇ ପଡ଼ିଛନ୍ତି।

Leave A Reply