ହରିୟାନା ଓ ପଞ୍ଜାବରେ ଆପ୍‌ ସହ ମେଣ୍ଟ  ପାଇଁ କୌଣସି କଥାବର୍ତ୍ତା ଚାଲି ନାହିଁ : କଂଗ୍ରେସ

ନୂଆଦିଲ୍ଲୀ .- ପଞ୍ଜାବ ଓ ହରିୟାନାରେ ଲୋକସଭା ନିର୍ବାଚନରେ ମେଣ୍ଟ ପାଇଁ ଆପ୍ ସହ କୌଣସି କଥାବର୍ତ୍ତା ଚାଲି ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଜାବରେ ମେଣ୍ଟ ପାଇଁ ଆପ୍ କିମ୍ବା ଅନ୍ୟ କୌଣସି ଦଳ ସହ ଆଲୋଚନା ହେଉନାହିଁ ବୋଲି ରବିବାରରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜଓ୍ୱାଲା ସୂଚନା ଦେଇଛନ୍ତି ।
prayash
ଶନିବାରରେ ଆପ୍ର ଜଣେ ନେତା କଂଗ୍ରେସ ପଞ୍ଜାବ ଓ ହରିୟାନାରେ ମେଣ୍ଟ କଲେ ଆପ୍ ଦିଲ୍ଲୀରେ ମେଣ୍ଟ କରିବ ବୋଲି ସୂଚନା ଦେଇଥିଲେ । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜଓ୍ୱାଲା ୨୦୧୯ ନିର୍ବାଚନ ପାଇଁ ଦଳର ଅଭିଯାନ’ ଅବ ହୋଗା ନ୍ୟାୟ’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଏହି ଦୁଇଟି ରାଜ୍ୟ ପାଇଁ ପାର୍ଟି ଖୁବ ଶୀଘ୍ର ନିଜର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିବ ବୋଲି କହିଛନ୍ତି ।
kalyan agarbati

Comments are closed.