ନାବାଳିକା ଗଣବଳାତ୍କାର : ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଅଙ୍ଗରକୁଣ୍ଡିଆ ଜଙ୍ଗଲରେ ହୋଇଥିବା ଗଣବଳାତ୍କାର ଘଟଣାର ତୀବ୍ର ରୂପ ଦେଖିବାକୁ ମିଳିଛି। ମାର୍ଚ୍ଚ୨୪ ତାରିଖ ରାତିରେ ଖୁଣ୍ଟା ଥାନା ଅଙ୍ଗରକୁଣ୍ଡିଆ ଜଙ୍ଗଲରେ ହୋଇଥିବା ନାବାଳିକା ଗଣବଳାତ୍କାର ଘଟଣାରେ ଦୋଷୀକୁ ଦଣ୍ଡ ଦାବିରେ ବାରିପଦା ଉଦଳା ରାସ୍ତାର ଡୁକୁରା ଛକରେ ଗ୍ରାମବାସୀ ରାଜ୍ୟ ରାଜପଥ ୧୯ ଅବରୋଧ କରିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୫ଟାରୁ ବଡ଼ସାହି ଥାନା ଅଧିନ ନାବାଳିକାର ଗ୍ରାମର ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ଜାରି ରଖିଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଖୁଣ୍ଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି।
Comments are closed.