ଦୁର୍ଘଟଣାରେ ଚିକିତ୍ସାଧୀନ ସାଇକେଲ ଆରୋହୀ ମୃତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ନିକଟସ୍ଥ ରାଜ୍ୟ ରାଜପଥ ୧୯ର ନାଳଖମାଣ ନିକଟରେ ଗତ ୨ ତାରିଖ ରାତିରେ ବାଇକ ଓ ସାଇକେଲ ମଧ୍ୟରେ ଧକା ହେବାରୁୁ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସାଇକେଲ ଆରୋହୀ ଜଣଙ୍କ ଖୁଣ୍ଟା ଥାନା ଟିକରପଡା ଗ୍ରାମର ଗଙ୍ଗାରାମ ମୁର୍ମୁ(୫୦)। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

prayash

ସୂଚନା ମୁତାବକ, ଗଙ୍ଗାରାମ ବାରୁଣୀ ମେଳାରୁ ସାଇକେଲ ଚଳାଇ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ବାଇକ୍ ଧକାଦେଇଥିବା ପୁଲିସ କହିଛି। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଖୁଣ୍ଟା ଡାକ୍ତରଖାନା ଓ ସେଠାରୁ ବାରିପଦା ନିଆଯାଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ପରେ ଗୁରୁବାର ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି।

Comments are closed.