ଖରାରେ ମୁହଁକୁ କୋମଳ ରଖେ ଏହି ଫେସ୍‌ ମାସ୍କ

0

ଖରାରେ ବାହାରକୁ ବାହାରିଲେ ମୁହଁ ଶୁଷ୍କ ଓ କଳା ପଡି ଯାଇଥାଏ। ଏହାସହ ମୁହଁରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଫେସ୍‌ ମାସ୍କର ବ୍ୟବହାର କରାଯାଇଥାଏ। ଏହାର ବ୍ୟବହାର ଦ୍ବାରା ମୁହଁରେ ସୃଷ୍ଟି ହେଉଥିବା ସମସ୍ୟାରୁ ରକ୍ଷା ପାଇଥାଉ। ଫେସ୍‌ ମାସ୍କ ଖରା ଦିନେ ମୁହଁକୁ ଥଣ୍ଡା ରଖିବା ସହ ଜଳାପୋଡାରୁ ରକ୍ଷା କରିଥାଏ। ଆପଣ ବଜାରରେ ମିଳୁଥିବା ଫେସ୍‌ ମାସ୍କ ବଦଳ​‌ରେ କିଛି ଘରୋଇ ଉପାୟରେ ଏହାକୁ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଫେସ୍‌ ମାସ୍କ ପ୍ରସ୍ତୁତର ପ୍ରଣାଳୀ …

ତରଭୂଜ ଓ ଦହି :

ସତେଜ ଦହି ମୁହଁକୁ କୋମଳ କରିଥାଏ। ଏହାସହ ତରଭୂଜ ମୁହଁକୁ ଥଣ୍ଡା ମଧ୍ୟ ରଖିଥାଏ। ଯଦି ଆପଣ ଏହାକୁ ଏକା ସହ ବ୍ୟବହାର କରିବେ ତେବେ ମୁହଁ ପାଇଁ ଅଧିକ ଲାଭ ହେବ। ତେଣୁ ପ୍ରଥମେ ତରଭୂଜ ଓ ଦହିର ଏକ ପେ​ଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ତାହାକୁ ମୁହଁରେ ୨୦ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ତାହା ଶୁଖିଗଲା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଥଣ୍ଡା ରହିବ।

ଘିକୁଆଁରୀ ଓ ଲେମ୍ବୁ ରସ :

prayash

ଲେମ୍ବୁର ବ୍ୟବହାର ଦ୍ବାରା ମୁହଁର ତୈଳାକ୍ତ ଅଂଶକୁ ଦୂର କରିଥାଏ। ତେଣୁ ଘିକୁଆଁରୀ ସହ ଲେମ୍ବୁ ରସକୁ ମିଶାଇ ପେଷ୍ଟ କରନ୍ତୁ। ତାପରେ ମିଶ୍ରଣକୁ ମୁହଁରେ ଲଗାଇ ୨୦ମିନିଟ ଛାଡି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ହେବା ଦ୍ବାରା ମୁହଁ କୋମଳ ରହିଥାଏ।

ପୁଦିନା ଓ ମୁଲତାନି ମାଟି :

ପୁଦିନା ପତ୍ର ମୁହଁର ଜଳପୋଡା ସମସ୍ୟାକୁ ଦୂର କରିଥାଏ। ମୁଲତାନି ମାଟି ସହ ପୁଦିନା ପତ୍ରକୁ ପେଷ୍ଟ କରି ଲଗାଇବା ଦ୍ବାରା ମୁହଁରୁ ଅଦରକାରୀ ତେଲ ଓ ଧୂଳି ବାହାରିଯାଏ। ଏହାଦ୍ବାରା ମୁହଁ ଅଧିକ ସତେଜ ଦେଖାଯାଏ। ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁଲତାନି ମାଟି ଓ ପୁଦିନା ପତ୍ର ପେଷ୍ଟକୁ ମୁହଁରେ ଲଗାନ୍ତୁ। ତାହା ଶୁଖିଯିବା ପରେ ପାଣିରେ ଧୋଇ ମୁହଁକୁ ଭଲ ଭାବେ ପୋଛି ଶୋଇ ପଡନ୍ତୁ।

ଗୋଲାପ ଜଳ ଓ ଚନ୍ଦନ :

ମୁହଁକୁ ଥଣ୍ଡା ଦେବା ପାଇଁ ଗୋଲାପ ଜଳ ଓ ଚନ୍ଦନ ଲଗାଇ ପାରିବା। ଏହା ମୁହଁକୁ ସତେଜ ମଧ୍ୟ ରଖିଥାଏ। ତେଣୁ ଚନ୍ଦନ ପାଉଡର ସହ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ତାହା ଶୁଖିଗଲା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।

kalyan agarbati
Leave A Reply