www.samajalive.in
Sunday, December 7, 2025
18.1 C
Bhubaneswar

ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସମସ୍ତେ ବନ୍ଧୁ କରିବାକୁ ଇଚ୍ଛା କରନ୍ତି

ଅନେକ କଥା ରହିଥାଏ ଯାହା ଆମେ ପରିବାରରେ କାହାକୁ କହି ପାରି ନ ଥାଉ। ଏହି କାରଣରୁ ଆମେ ନିଜ ଜୀବନରେ କିଛି ବନ୍ଧୁ କରିଥାଉ। ଯେଉଁମାନେ ଆମକୁ ବୁଝି ଥାଆନ୍ତି। ସେହି ବନ୍ଧୁଙ୍କ ସହ ଆମେ ସମସ୍ତ କଥା ବାଣ୍ଟି ଥାଉ, ବୁଲିବାକୁ ଯାଇଥାଉ, ମସ୍ତି କରିଥାଉ। କିନ୍ତୁ ଅନେକ ବ୍ୟକ୍ତିଙ୍କର ନକରାତ୍ମକ ଚିନ୍ତାଧାରା ଥିବାରୁ ସେମାନଙ୍କ ସହ ବନ୍ଧୁତା କରିବାକୁ ଇଚ୍ଛା ହୋଇ ନ ଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ସମସ୍ତେ ଆପଣଙ୍କ ସହ ବନ୍ଧୁତା କରିବାକୁ ଇଚ୍ଛା କରିଥାଆନ୍ତି ..

ଖୁସି ରୁହନ୍ତୁ :

- Advertisement -

ଖୁସ ଓ ଆତ୍ମବିଶ୍ବାସ ରହିଥିବା ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରିଥାଆନ୍ତି। ଯଦି ଆପଣ ସର୍ବଦା ମନଦୁଃଖରେ ରହୁଥିବେ ତେବେ କେହି ବି ବନ୍ଧୁତା କରିବାକୁ ଇଚ୍ଛା କରି​‌ବେ ନାହିଁ। ଯେଉଁମାନେ ଖୁସି ରହିଥାଆନ୍ତି ସେମାନଙ୍କ ସହ ସମୟ ଅତିବାହିତ କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ।

ଯିଏ ଯେପରି ସେ ସେହିପରି ବନ୍ଧୁ ଆଶା କରେ :

କୌଣସି ବ୍ୟକ୍ତି କେବେ ବି ସମ୍ପୂର୍ଣ୍ଣ ସଠିକ ହୋଇ ନ ଥାଏ। ସମସ୍ତଙ୍କ ମଧ୍ୟ ଅଲଗା ଅଲଗା ପ୍ରକାରର ବିଶେଷ ଗୁଣ ରହିଥାଏ। ବେଳେବେଳେ ଜୀବନରେ ଏପରି ବ୍ୟକ୍ତି ଆସିଥାଆନ୍ତି ଯେଉଁମାନଙ୍କର କିଛି ଗୁଣ ବା ଅଭ୍ୟାସକୁ ଆମେ ପସନ୍ଦ କରି ନ ଥାଉ। ସେହିପରି କ୍ଷେତ୍ରରେ ଆପଣ ନିଜେ ନ ଚାହିଁ ମଧ୍ୟ ଆପଣଙ୍କ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ। ସାମନା ବ୍ୟକ୍ତି ଯେପରି ବ୍ୟକ୍ତିତ୍ବର ହୋଇଥାଆନ୍ତି ଆମେ ନିଜେ ସେହିପରି ହୋଇ ଯାଇଥାଉ।

ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ :

କିଛି ବ୍ୟକ୍ତିଙ୍କ ଅଭ୍ୟାସ ଥାଏ ଯେ, ସେମାନେ ନିଜ ପାଇଁ ବଞ୍ଚିବା, ନିଜ ପାଇଁ ଭାବିବା। ଏପରି ବ୍ୟକ୍ତିଙ୍କ ସହ କେହି ବି ବନ୍ଧୁତା କରିବାକୁ ଇଚ୍ଛା କରି ନ ଥାଆନ୍ତି। ଯଦି କୌଣସି ବ୍ୟକ୍ତି କେବେ ବି ଅସୁବିଧାରେ ଥାଆନ୍ତି ତେବେ ତାଙ୍କର ସାହାଯ୍ୟ କରିବା ଉଚିତ। କାହାର କୌଣସି ଛୋଟ ଛୋଟ କାର୍ଯ୍ୟ କରିବା ଦ୍ବାରା ସେମାନଙ୍କ ମନରେ ଆପଣଙ୍କ ପାଇଁ ଉତ୍ତମ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ତେଣୁ ଏହି ଗୁଣ ଥିବାରୁ ଆପଣଙ୍କ ସହ ପ୍ରତ୍ୟେକ ବ୍ୟକ୍ତି ବନ୍ଧୁତା କରିବାକୁ ଇଚ୍ଛା କରିବେ।

ସମସ୍ତଙ୍କୁ ସମ୍ମାନ କରନ୍ତୁ :

ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନ ପାଇବାର ଅଧିକାର ରହିଛି। ସମସ୍ତଙ୍କୁ ସମ୍ମାନ ଦେବା ଉଚିତ। ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହ ଖରାପ ବ୍ୟବହାର କରୁଛନ୍ତି ତେବେ ଆପଣ ତାଙ୍କ ପ୍ରତି କରୁଣାଭାବ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଭଲ ପ୍ରଭାବ ସାମ୍ନା ବ୍ୟକ୍ତି ଉପରେ ପଡିବ। ଏହାସହ ସେ ପରିବର୍ତ୍ତନ ମଧ୍ୟ ହୋଇପାରିବ।

ଭୁଲକୁ କ୍ଷମା କରିବା ଶିଖନ୍ତୁ :

କାହା ପ୍ରତି ଘୃଣାଭାବ ରଖନ୍ତୁ ନାହିଁ। ଘୃଣା ଓ କ୍ରୋଧଭାବ ରଖିବା ଦ୍ବାରା ସାମ୍ନା ବ୍ୟକ୍ତିକୁ କଷ୍ଟ ହୋଇଥାଏ। ବେଳେବେଳେ ଆପଣଙ୍କୁ କେହି କିଛି କ୍ଷତି କିମ୍ବା ଦୁଃଖ ପହଞ୍ଚାଇଥିଲେ ତାହାକୁ ଭୁଲି ଆଗକୁ ବଢିବା ଉଚିତ। ଏହାସହ ସେହି ବ୍ୟକ୍ତିଙ୍କୁ କ୍ଷମା କରିବା ଉଚିତ। କାରଣ କ୍ଷମା କରିବା ଦ୍ବାରା ଆପଣ ଛୋଟ ହୋଇ ଯାଆନ୍ତି ନାହିଁ। ଲୋକଙ୍କର କଟୁ କଥା ଓ ସେହି ମୂହୁର୍ତ୍ତରୁ କିଛି ଶିକ୍ଷା ଲାଭ କରିଥାଉ।

 

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories