ଉତ୍ତମ ସ୍ବାସ୍ଥ୍ୟ ପାଇଁ ଜାଇଫଳର ଉପକାରିତା
ଗରମ ମସଲାରେ ଜାଇଫଳକୁ ବ୍ୟବହାର କରାଯାଇଥାଏ। ଏହା ଖାଦ୍ୟର ସ୍ବାଦ ବଢାଇବା ସହ ଶରୀର ପାଇଁ ଲାଭଦାୟକ ଅଟେ। ଜାଇଫଳରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହା ହଜମ ପ୍ରକ୍ରିୟାକୁ ସଠିକ ଭାବେ କରିଥାଏ। ଆସନ୍ତୁ ଜାଣିବା ଜାଇଫଳ ଶରୀର ପାଇଁ କିପରି ଲାଭଦାୟକ …
ଥଣ୍ଡା ହୋଇଥିବା ସମୟରେ ଜାଇଫଳ ଖାଇବା ଲାଭଦାୟକ ଅଟେ। ସେଥିପାଇଁ ଗୋଟେ ଗ୍ଲାସ ପାଣିରେ ୧ ଚାମଚ ଜାଇଫଳ ଗୁଣ୍ଡ ମିଶାଇ ଦିଅନ୍ତୁ। ସେଥିରେ ମହୁ ମଧ୍ୟ ମିଶାଇ ପିଅନ୍ତୁ। ଏପରି କରିବା ଦ୍ବାରା ଥଣ୍ଡା ଛାଡି ଯାଇଥାଏ।
ମୁଣ୍ଡବିନ୍ଧାରୁ ମୁକ୍ତି ଦେବା ପାଇଁ ମଧ୍ୟ ଜାଇଫଳର ସେବନ କରିପାରିବା। ସେଥିପାଇଁ କଞ୍ଚା କ୍ଷୀରରେ ଜାଇଫଳ ମିଶାଇ ମୁଣ୍ଡରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡବିନ୍ଧାରୁ ଶୀଘ୍ର ମୁକ୍ତି ମିଳିଥାଏ।
ଜାଇଫଳକୁ ନିୟମିତ ସେବନ କରିବା ଦ୍ବାରା ଅନେକ ରୋଗରୁ ରକ୍ଷା ମିଳିଥାଏ। ତେଣୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଅଦା, ଗୁଜୁରାତି ଓ ଅଳ୍ପ ଜାଇଫଳ ପକାଇ ଚା’ ପ୍ରସ୍ତୁତ କରି ପିଅନ୍ତୁ। ଏହାଦ୍ବାରା ଗ୍ୟାଷ୍ଟିକ ସମସ୍ୟା, ପେଟ ଫୁଲିବା ଓ ଏସିଡିଟି ସମସ୍ୟା ପରି ଅନେକ ପେଟ ସମସ୍ୟା ଦୂର ହୋଇଥାଏ।
ଜାଇଫଳରେ ଆଣ୍ଟି-ସେପ୍ଟିକ ଓ ଆଣ୍ଟି-ଇନଫ୍ଲେମେଟ୍ରୀ ଗୁଣ ରହିଛି। ଏହା ମୁହଁକୁ ସଫା କରିବାରେ ସହାୟକ ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁର ଦାଗ, କୁଞ୍ଚନ ଓ ବ୍ରଣ ସମସ୍ୟା ଦୂର ହୋଇଥାଏ। ତେଣୁ ଜାଇଫଳ ଗୁଣ୍ଡକୁ କ୍ଷୀର ସହ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ବାରା ମୁହଁର ସମସ୍ତ ସମସ୍ୟା ଦୂର ହୋଇଥାଏ।
ଜାଇଫଳକୁ ତେଲରେ ମିଶାଇ ମାଲିସ କରିବା ଦ୍ବାରା ଶରୀରର ଦରଜ କମ ହୋଇଥାଏ। ବିଶେଷ କରି ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।
ଆଜମା ରୋଗୀଙ୍କ ପାଇଁ ଜାଇଫଳ ଅତ୍ୟନ୍ତ ଲାଭକାରୀ ଅଟେ। ଅଳ୍ପ ଟିକେ ଜାଇଫଳ ଗୁଣ୍ଡ ସହ ଗୋଟିଏ ଲବଙ୍ଗ, ଏକ ଚାମଚ ମହୁ ମିଶାଇ ପ୍ରତ୍ୟେକ ଦିନ ଖାଆନ୍ତୁ। ଏହାଦ୍ବାରା ଆଜମା ରୋଗରୁ ମୁକ୍ତି ମିଳିଥାଏ।