ଦିଲ୍ଲୀରେ ପ୍ରବଳ ଗରମ, ୮ ବର୍ଷର ରେକର୍ଡ ଭାଙ୍ଗିଲା

0

ନୂଆଦିଲ୍ଲୀ . –  ମାର୍ଚ୍ଚ ମାସରୁ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ରବିବାରରେ ଦିଲ୍ଲୀର ତାପମାତ୍ରା ୮ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ନୋଏଡା, ଗୁରୁଗ୍ରାମ, ଗାଜିୟାବାଦ ଓ ଫରିଦାବାଦରେ  ଧୂଳି ଝଡ ହୋଇଛି । କେତକ ସ୍ଥାନରେ ଘଡ ଘଡି ସହ ସାମାନ୍ୟ ବର୍ଷା  ହେବାରୁ ଗରମରୁ ସାମାନ୍ୟ ତ୍ରାହି ମିଳିଛି ।

prayash

ପାଣିପାଗ  ସୂଚନା ଦେଉଥିବା ସଂସ୍ଥା ସ୍କାଏମେଟର ତଥ୍ୟ ଅନୁସାରେ ଜାମ୍ମୁ-କାଶ୍ମୀରର ଆଖପାଥରେ ସୃଷ୍ଟି ହୋଇଥିବା ବାୟୁମଣ୍ଡଳୀୟ ଅସ୍ଥିରତା  ଓ ରାଜସ୍ଥାନ ଉପରେ ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଏପରି ହୋଇଛି ।

ଏବେ ଦିଲ୍ଲୀରେ ସ୍ୱାଭାବିକ ତାପମାତ୍ରାରୁ ୭ ଡିଗ୍ରୀ ଅଧିକ  ତାପମାତ୍ର ରହିଛି । ମାର୍ଚ୍ଚରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ମାର୍ଚ୍ଚ ମାସର  ସ୍ୱାଭାବିକ ତାପମାତ୍ରାଠାରୁ ୭ ଡିଗ୍ରୀ ଅଧିକ । ଗତ ୮ ବର୍ଷର ରେକର୍ଡକୁ ଭାଙ୍ଗିଛି ।

kalyan agarbati
Leave A Reply