ମିଛ ସମ୍ମାନ ପାଇଁ ଝିଅକୁ ହତ୍ୟା କଲା ବାପା, ୩ ଗିରଫ
ଅହମଦନଗର.- ମହାରାଷ୍ଟ୍ରର ଅହମଦ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମିଛ ସମ୍ମାନ ପାଇଁ ବାପ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଅହମଦନଗର ଜିଲାରେ ଏହି ଘଟଣା ଘଟିଛି ।
ଝିଅର ଅନ୍ୟ ପୁଅ ସହ ବନ୍ଧୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଝିଅ ରାତିରେ ଏହି ପୁଅ ସହ କଥା ହେଉଥିବା ତାହାର ବାପା ଏହାକୁ ବିରୋଧ କରିଥିଲେ । ସେହି ପୁଅ ସହ ବନ୍ଧୁତା କରିବା ପାଇଁ ବାରଣ କରିଥିଲେ । ମାତ୍ର ଝିଅ ଏହା କଥାକୁ ମାନି ନଥିଲା । ୨୩ ମାର୍ଚ୍ଚରେ ବାପା ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସେ ୨୪ ମାର୍ଚ୍ଚରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲା । ୨୫ ମାର୍ଚ୍ଚରେ ସେହି ଝିଅର ଅର୍ଦ୍ଧ ଦଗ୍ଧ ଶବକୁ ଘର ନିକଟରେ ଥିବା ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଥିଲା । ପୁଲିସ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଗଳା ଚିପି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଝିଅର ବାପାଙ୍କୁ ପଚାରା ଉଚରା କରିଥିଲା। ସେ ହତ୍ୟା ବିଷୟରେ ସ୍ୱୀକାର କରିବା ପରେ ହତ୍ୟା ପରେ ଶବକୁ ପୋଡିବା ପାଇଁ ସାହାଯ୍ୟ କରିଥିବା ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି ।