www.samajalive.in
Monday, December 8, 2025
16.1 C
Bhubaneswar

ଜର୍ମାନର ମ୍ୟୁନିକରେ  ଭାରତୀୟ ଦମ୍ପତିଙ୍କୁ ଆକ୍ରମଣ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ମ୍ୟୁନିକ ..- ଜର୍ମାନର ମ୍ୟୁନିକରେ  ଭାରତୀୟ ଦମ୍ପତିଙ୍କୁ  ଛୁରିରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।  ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏ ନେଇ ଟ୍ୱିଟ କରିଛନ୍ତି ।

ପ୍ରଶାନ୍ତ ବସାରୁର ନାମକ ଭାରତୀୟ ବଂଶୋଦ୍ଭବଙ୍କୁ ବର୍ଷେ ତଳେ ଜର୍ମାନର ନାଗରିକତ୍ୱ ମିଳିଥିଲା । ତାଙ୍କ ଘର ନିକଟଚରେ ଥିବା ଗୁଏନାର ଜଣେ ବ୍ୟକ୍ତିଙ୍କ ସହ ପ୍ରଶାନ୍ତଙ୍କର ଯୁକ୍ତିତର୍କ ହୋଇଥିଲା  । ଏହାପରେ ଗୁଏନାର ଏହି ବ୍ୟକ୍ତି ଜଣଙ୍କ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀ ସ୍ମିତାଙ୍କୁ ଛୁରିରେ ଆକ୍ରମଣ କରିଥିଲା ।  ପ୍ରଶାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଛୁରିରେ ଭୁଷି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ  ସ୍ମିତା ଗୁରୁତର ହୋଇଛନ୍ତି । ଏହାପରେ ସଠାରେ ଥିବା ଅନ୍ୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହ଼ଞ୍ଚି ଆକ୍ରମଣକାରୀକୁ ଗିରଫ କରିଛି । ପ୍ରଶାନ୍ତଙ୍କ ଦୁଇଟି ସନ୍ତାନ ଅଛନ୍ତି । ଏବେ ସେଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀଙ୍କୁ ସେହି ଦୁଇ ପିଲାଙ୍କ ଦାୟୀତ୍ୱ ନେବା ପାଇଁ ଭାରତସରକାର ନିର୍ଦେଶ ଦେଇଛନ୍ତି । ପ୍ରଶାନ୍ତ ଭାଇଙ୍କୁ  ଜର୍ମାନ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଛନ୍ତି ।

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories