www.samajalive.in
Sunday, December 7, 2025
26.1 C
Bhubaneswar

ଶରୀର ପାଇଁ ବରଦାନ ଏହି ପତ୍ର

ବେଲପତ୍ର ହେଉଛି ଭଗବାନ ଶିବଙ୍କ ଅତି ପ୍ରିୟ। ପ୍ରଭୁଙ୍କ ପୂଜାରେ ବେଲର ପତ୍ର ବ୍ୟବହାର କରିବା ଦ୍ବାରା ସେ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାଆନ୍ତି। ଆମେ ବେଲ ବୃକ୍ଷକୁ ପୂଜା ମଧ୍ୟ କରିଥାଉ। ବେଲର ପତ୍ର, ଫଳ ସବୁଥିରେ ଔଷଧିୟ ଗୁଣ ରହିଛି। ବେଲପତ୍ରରେ ସାଧାରଣତଃ ଭିଟାମିନ ଏ, ବି, ସି, କ୍ୟାଲସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ବ ରହିଛି। ବେଲପତ୍ର ଶରୀର ପାଇଁ ଅନେକ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଶରୀର ପାଇଁ ବେଲପତ୍ରର ଉପକାରିତା ସମ୍ବନ୍ଧରେ ..

ପ୍ରତିଦିନ ସକାଳେ ତିନିରୁ ଚାରୋଟି ବେଲପତ୍ର ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ଅନେକ ରୋଗରୁ ଉପଶମ ମିଳେ। ଏହାଦ୍ବାରା ବଦହଜମୀ, ଏସିଡିଟି, ଗ୍ୟାସ ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -

ମଧୁମେହ ଓ ହୃଦଘାତ ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରତିଦିନ ବେଲପତ୍ର ଖାଇବା ଉଚିତ। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିବା ସହ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ। ଏହାଦ୍ବାରା ହୃଦଘାତ ହେବାର ସମସ୍ୟା ଦୂର ହୋଇଥାଏ।

ଯଦି ଆପଣଙ୍କର ଅର୍ଶ ପରି ସମସ୍ୟା ରହିଛି ତେବେ ପ୍ରତିଦିନ ବେଲ ପତ୍ର ଖାଇବା ଉଚିତ। ତେଣୁ ବେଲ ଗଛର ଚେରକୁ ଶୁଖାଇ ତାହାକୁ ଗୁଣ୍ଡ କରି ଦିଅନ୍ତୁ। ସେହି ଗୁଣ୍ଡକୁ ମିଶ୍ରି ସହ ମିଶାଇ ପାଣିରେ ପକାଇ ସକାଳେ ଓ ସନ୍ଧ୍ୟା ସମୟରେ ପିଅନ୍ତୁ। ଏପରି କରିବା ଦ୍ବାରା ଅର୍ଶ ସମସ୍ୟା ଦୂର ହୋଇଥାଏ।

ବେଳେବେଳେ ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ବାହାରି ଥାଏ। ତେଣୁ ଗାଧୋଇବା ପୂର୍ବରୁ ବେଲ ପତ୍ରର ରସକୁ ଶରୀରରେ ମାଲିସ କରନ୍ତୁ। ତାପରେ ଗାଧାନ୍ତୁ। ଏପରି କରିବା ଦ୍ବାରା ଶରୀର ଦୁର୍ଗନ୍ଧ ହୋଇ ନ ଥାଏ।

କେଶ ଝଡିବା ସମସ୍ୟା ଥିଲେ ସତେଜ ବେଲପତ୍ର ଖାଆନ୍ତୁ। ଏପରି କରିବା ଦ୍ବାରା କେଶ ଝଡିବା ସମସ୍ୟା ଦୂରେଇ ଯିବ।

ଆପଣଙ୍କର ବ୍ରଣ କିମ୍ବା ଯାଦୁ, କାଛୁ ସମସ୍ୟା ରହିଛି ତେବେ ସେଠାରେ ବେଲପତ୍ର ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories