www.samajalive.in
Sunday, December 7, 2025
16.1 C
Bhubaneswar

ଭୋଜନ ପାଇଁ କିଛି ଉପଯୁକ୍ତ ନିୟମ

ଭୋକ ହେଲା ପରେ ଆପଣ କିଛି ବି ଖାଇ ​‌ଦେଇଥାଆନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭୋଜନ କରିବାର କିଛି ନିୟମ ରହିଛି ବୋଲି। ନିୟମ ଅନୁଯାୟୀ ଭୋଜନ କରିବା ଦ୍ବାରା ଧାର୍ମିକ ଲାଭ ହୋଇଥାଏ। ଏହାଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ହିନ୍ଦୁଶାସ୍ତ୍ର ଅନୁଯାୟୀ, ଅନ୍ନକୁ ଦେବତାଙ୍କ ସହ ତୁଳନା କରାଯାଇଛି। ତେଣୁ କେବେ ବି ଅନ୍ନର ଅନାଦାର କରିବା ଉଚିତ ନୁହେଁ। ଭୋଜନ କରିବାର ସଠିକ ନିୟମ ଜାଣିବା ଉଚିତ। ସେହି ନିୟମକୁ ମାନି ଭୋଜନ କରିବା ଦ୍ବାରା ସମସ୍ତ ଦେବାଦେବୀ ପ୍ରସନ୍ନ ରହିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭୋଜନର କିଛି ନିୟମ ସମ୍ବନ୍ଧରେ ..

- Advertisement -

ମାନ୍ୟତା ଅନୁଯାୟୀ, କେବେ ବି ଅଗାଧୁଆ ଭୋଜନ କରିବା ଉଚିତ ନୁ​‌ହେଁ। ଅଗାଧୁଆ ଭୋଜନ କରିବା ଦ୍ବାରା ଶରୀରକୁ ସଠିକ ମାତ୍ରାରେ ଶକ୍ତି ମିଳି ନ ଥାଏ। ଏହାସହ ଅନ୍ନ ଦେବତାଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ। ହାତଗୋଡ ନ ଧୋଇ ଅପରିଷ୍କାର ସ୍ଥାନରେ​‌ ଖାଇବା ଦ୍ବାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଏହାସହ ଜୀବନରେ ଅନ୍ନର ଅଭାବ ପରିଲକ୍ଷିତ ହୋଇଥାଏ। ସ୍ବାସ୍ଥ୍ୟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ।

ଶାସ୍ତ୍ର ଅନୁଯାୟୀ, ତଳେ ବସି ସର୍ବଦା ଭୋଜନ କରିବା ଉଚିତ। ଖଟ ଉପରେ, ଚୌକି, ସୋଫା ଇତ୍ୟାଦି ଉପରେ ବସି ଭୋଜନ କରିବା ଧାର୍ମିକ ଦୃଷ୍ଟିରୁ ଭୁଲ ଅଟେ। ଭୋଜନ କରିବା ପରେ ଶେଷ ରୁଟିକୁ ସର୍ବଦା ଗାଈକୁ ​‌​‌ଦେବା ଉଚିତ। ଯଦି ଏପରି କରି ପାରୁ ନାହାନ୍ତି ତେବେ ଭୋଜନ କରିବା ପୂର୍ବରୁ ଭଗବାନଙ୍କ ନାମ ସ୍ମରଣ କରି କିଛି କାଢି ଦିଅନ୍ତୁ। ତାପରେ ଭୋଜନ ଗ୍ରହଣ କରନ୍ତୁ।

ଭୋଜନ କରିବା ବେଳେ କିଛି ଅଂଶ ତଳେ ପଡିଯାଇଥାଏ। ଏହାକୁ ଆମେ ଧ୍ୟାନ ଦେଇ ନ ଥାଉ। ତଳେ ପଡିଥିବା ଖାଦ୍ୟ ପାଦ ସଂସ୍ପର୍ଶରେ ଆସିଯିବା ଭୁଲ ଅଟେ। ତେଣୁ ତଳେ ଖାଦ୍ୟ ପଡିଗଲେ ତାକୁ ସଙ୍ଗେ ସଙ୍ଗେ ଉଠାଇ ଚଢେଇ କିମ୍ବା ପିମ୍ପୁଡିଙ୍କ ଖାଇବା ନିମନ୍ତେ ରଖି ଦିଅନ୍ତୁ।

ବେଳେବେଳେ ଭୋଜନ କରିବା ପରେ କିଛି ଖାଦ୍ୟ ଥାଳୀରେ ବଳିଯାଏ। ଥାଳୀରେ ଖାଦ୍ୟ ବଳିବା ଦ୍ବାରା ମା’ ଲକ୍ଷ୍ମୀ ଘରୁ ଚାଲି ଯାଇଥାଆନ୍ତି ବୋଲି କୁହାଯାଏ। ଏହାଦ୍ବାରା ଘରେ ଧନର ଅଭାବ ଦେଖା ଦେଇଥାଏ। ଭୋଜନ ପରେ ଖାଦ୍ୟ ବଳିବା ଦ୍ବାରା ତାକୁ ନ ଫୋପାଡି ଜୀବଜନ୍ତୁଙ୍କୁ ଖାଇବାକୁ ଦେବା ଉଚିତ।

ଛିଡା ହୋଇ, ଜୋତା ପିନ୍ଧି ଓ ମୁଣ୍ଡ ଘୋଡାଇ ଖାଇବା ଦ୍ବାରା ଆୟୁଷ କମ ହୋଇଥାଏ ବୋଲି କୁହାଯାଇଛି।

ଏକ ଗବେଷଣାରୁ ଜଣାପଡିଛି ଯେ, ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇବା, ବ୍ୟାୟାମ କରିବା, ବୁଲିବା ଓ ଧୂମପାନ କରିବା ଦ୍ବାରା ଅନେକ ରୋଗ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ମୋଟାପଣ ବୃଦ୍ଧି, ଓଜନ ବୃଦ୍ଧି, ପେଟରେ ଗ୍ୟାସ ହେବା, ମୁଣ୍ଡବିନ୍ଧା ଓ ଏସିଡିଟି ହେବାର ପରି ସମସ୍ୟା ଦେଖାଦିଏ।

ଭୋଜନ କରିବା​‌ ବେଳେ ମଝିରେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ଆମକୁ ସଠିକ ଶକ୍ତି ମିଳିପାରେ ନାହିଁ। ଏହାର ପ୍ରଭାବ ପାଚନ ତନ୍ତ୍ର ଉପରେ ମଧ୍ୟ ପଡିଥାଏ। ଫ୍ରିଜରେ ରଖା ଯାଇଥିବା ବାସୀ ଖାଦ୍ୟ କେବେ ବି ଖାଇବା ଉଚିତ ନୁହେଁ। ଫ୍ରିଜର ଖାଦ୍ୟରେ ବ୍ୟାକ୍ଟେରିଆ ଓ ଅନ୍ୟ ଜୀବାଣୁ ଜାତ ହୋଇଥାଆନ୍ତି। ଏହାକୁ ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories