ଜଙ୍ଗଲରେ ନିଆଁ, ପ୍ରଭାବିତ ହେଉଛନ୍ତି ଜଙ୍ଗଲୀଜନ୍ତୁ ; ନୀରବ ବନ ବିଭାଗ

0

କଲମପୁର : ଜଙ୍ଗଲରେ ଲାଗୁଛି ନିଆଁ। ଦିନ ତମାମ ଜଙ୍ଗଲରେ ଧୁଆଁ ଛାଇଯାଉଥିବା ବେଳେ ରାତିରେ ନିଆଁ ଜଳିବାର ଦୃଶ୍ୟ ସତେଯେମିତି କେଉଁ ଉତ୍ସବ ପାଇଁ ସଜା ଯାଇଥିବା ଆଲୋକମାଳାର ଭ୍ରମ ସୃଷ୍ଟି କରୁଛି। ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇ କଲମପୁର ଅଞ୍ଚଳରେ ୪୦ ଡିଗ୍ରୀକୁ ଟପି ସାରିଥିବା ବେଳେ ସିଙ୍ଗାରୀ, ଦେବଗିରୀ ସଂରକ୍ଷିତ ଜଙ୍ଗଲ ପୋଡିର ପ୍ରଭାବରେ ବାୟୁମଣ୍ଡଳ ପ୍ରଭାବିତ ହୋଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି।
ଏହି ଜଙ୍ଗଲ ପୋଡି ଦ୍ୱାରା ଶାଳ, ପିଆଶାଳ, ଶାଗୁଆନ, ହରିଡା, ବାହାଡା, ଅଁଳା ଆଦି ମୂଲ୍ୟବାନ ଔଷଧିୟ ବୃକ୍ଷ ସବୁ ପୋଡି ପାଉଁଶ ହେଇଯାଉଛି। କେବଳ ଗଛ ନୁହେଁ ଏହି ନିଆଁର ପ୍ରଭାବରୁ ବହୁ ମୂଲ୍ୟବାନ ଗଛର ମଞ୍ଜି ପୋଡି ନଷ୍ଟ ହେଉଥିବାରୁ ଆଗାମୀ ଦିନରେ ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି। ଜଙ୍ଗଲ ପୋଡିକୁ ରୋକିବା ବଦଳରେ ବନ ବିଭାଗ ନୀରବତା ଅବଲମ୍ବନ କରିଛନ୍ତି। କେବଳ ଜଙ୍ଗଲର ଗଛ ଲତା ନୁହେଁ ଏହି ଜଙ୍ଗଲ ପୋଡିରେ ଜଙ୍ଗଲରେ ରହୁଥିବା ବାର୍‍ହା, ସମ୍ବର, କୁଟୁରା, ଠେକୁଆ ସମେତ ମୟୁର ଭଳି ଅନେକ ପଶୁ ପକ୍ଷୀ ପ୍ରଭାବିତ ହେଉଛନ୍ତି। ଜଙ୍ଗଲପୋଡି ଓ ଜଙ୍ଗଲରେ ପାଣି ନପାଇ ଜନବସତି ମୂହାଁ ହେଉଥିବା ଜଙ୍ଗଲିଜନ୍ତୁ ଶିକାରୀର ଶିକାର ହେଉଛନ୍ତି।
ଏହାସହ ଫେବୃଆରୀ ମାସ ଠାରୁ ମହୁଲ ଗୋଟାଇବାରେ ସୁବିଧା ପାଇଁ ମହୁଲ ଗଛ ତଳେ ପଡିଥିବା ଶୁଖିଲା ପତ୍ରକୁ ପୋଡି ଦେବା ଦ୍ୱାରା ନିଆଁ ବିସ୍ତାରିତ ଜଙ୍ଗଲକୁ ଜାଳି ଦେଉଛି। ପାହାଡିଆ ଅଂଚଳରେ ରହୁଥିବା ଆଦିମ ଅଧିବାସୀ ଜଙ୍ଗଲ ପୋଡି ମକା, ମାଣ୍ଡିଆ, କାନ୍ଦୁଲ, କାଙ୍ଗୁ, ବାଜରା, କୋଶଲା ଆଦି ଚାଷ କରୁଥିବାରୁ ଜଙ୍ଗଲ ନଷ୍ଟ ହେଉଛି। ଏହାସହ ଜଙ୍ଗଲ ମାପିଆ କାଠ ଚୋରି ପାଇଁ ନିଜର ସୁବିଧା କରିବା ପାଇଁ ଜଙ୍ଗଲ ପୋଡି ଦେଉଥିବାରୁ ଦେଖା ଦେଉଛି।

kalyan agarbati
Leave A Reply