ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିବା ନିହାତି ଜରୁରୀ

0

ପୂର୍ବକାଳରେ ଗୁରୁଜନ ସବୁବେଳେ ଏହି ଦିଗ ପ୍ରତି ଧ୍ୟାନ ଦେଉଥିଲେ ଯେ, ବିବାହ ପାଇଁ ସର୍ବଦା ପୁତ୍ର ଠାରୁ କନ୍ୟାର ବୟସ କମ ହେଉ। ଉଭୟଙ୍କ ବୟସ ମଧ୍ୟରେ କିଛି ବର୍ଷର ବ୍ୟବଧାନ ରହୁ। ବିବାହ ସମ୍ପର୍କ ଆଜି ବି ଭାଙ୍ଗୁଛି ସେତେବେଳେ ବି ଭାଙ୍ଗୁଥିଲା। କିନ୍ତୁ ସେତେବେଳେ ବିବାହ କରିବାକୁ ଯାଉଥିବା ପୁଅ ଠାରୁ କନ୍ୟା ୫-୬ ବର୍ଷ ସାନ ହେଉଥିଲେ। ଏପରି ହେବା ପଛରେ କିଛି ବିଶେଷ କାରଣ ରହିଛି। ଆସନ୍ତୁ ଜାଣିବା ସେ ସବୁ କ’ଣ ..

ସମୟ ବୃଦ୍ଧି ହେବା ସହ ମହିଳାଙ୍କ ଶରୀରରେ ଶୀଘ୍ର ହର୍ମୋନର ପରିବର୍ତ୍ତନ ହୋଇଥାଏ। ଯାହା ପୁରୁଷଙ୍କ ଶରୀରରେ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇଥାଏ। କନ୍ୟାଙ୍କ ବୟସ ପୁରୁଷଙ୍କ ଠାରୁ ୫-୬ବର୍ଷ କମ ରହିବା ଦ୍ବାରା ଉଭୟଙ୍କ ଶରୀରରେ ଠିକ ହର୍ମୋନ ସଞ୍ଚାଳିତ ହୋଇଥାଏ। ଏହାଦ୍ବାରା ଉଭୟଙ୍କ ମାନସିକ ଚିନ୍ତାଧାରା ସମାନ ରହିଥାଏ।

prayash

ଏହାସହ ପରସ୍ପର ମଧ୍ୟରେ ବିଶ୍ବାସ ଓ ଭଲ ପାଇବା ବୃଦ୍ଧି ହୋଇଥାଏ। ଉଭୟଙ୍କ ବୟସରେ ତାରତମ୍ୟ ଥିବାରୁ ଝଗଡା ହେବାର ସମ୍ଭାବନା କମ ରହିଥାଏ। ପରିବାରକୁ ସେମାନେ ମିଳିମିଶି ସଠିକ ଭାବେ ଚଳାଇବାରେ ସକ୍ଷମ ହୁଅନ୍ତି।

ଝିଅ ଠାରୁ ପୁଅ ବଡ ହେବା ଦ୍ବାରା ଯେକୌଣସି କାର୍ଯ୍ୟରେ ସେମାନେ ତାଙ୍କ ସାଥୀଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ହୋଇପାରିବେ। ଉଭୟ ସମାନ ବୟସର ହେବା ଦ୍ବାରା ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ହୋଇଥାଏ ଯାହାଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।

ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ଭାବୁକ ହୋଇଥାଆନ୍ତି। ତେଣୁ ସବୁବେଳେ ବାପାମା’ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଝିଅ ଯାହାକୁ ବି ବିବାହ କରୁ ସେ ଅତି ବେଶୀର ୩-୪ବର୍ଷ ବଡ ହୋଇଥାଉ। ଏହାଦ୍ବାରା ପୁଅମାନେ ଝିଅ କଥାକୁ ଠିକ ଭାବେ ବୁଝିପାରିବେ। ସଠିକ ଭାବେ ଯତ୍ନ ଓ ଭାବର ଆଦାନପ୍ରଦାନ କରିବାକୁ ସକ୍ଷମ ହେବେ।

kalyan agarbati
Leave A Reply