ଦେଶରେ ନୂତନଧାରାର ନିର୍ବାଚନ—କହ୍ନେୟା କୁମାର/ସେ ସକାଳ କେବେ ତ ଆସିବ
ପାଟନା ..- ଗୋଟିଏ ଭୋଟକୁ ଗୋଟିଏ ଟଙ୍କା ନିର୍ବାଚନୀ ଫଣ୍ଡ ଏକାଠି କରିବାର ବାମପନ୍ଥୀ ପନ୍ଥା ଏବେ ବଦଳିଯାଇଛି । ଏବେ ନିର୍ବାଚନ ଏକ ପ୍ରକାରର ହାଇଟେକ ହୋଇଯାଇଛି । ଏବେ କମରେଡ୍ ଅନ୍ଲାଇନରେ ସହାୟତା ରାଶି ନେଉଛନ୍ତି । ବିହାରର ବେଗୁସରାଇରୁ କହ୍ନେୟାକୁମାର ନିର୍ବାଚନ ଲଢୁଛନ୍ତି । ସେ ନିର୍ବାଚନ ଖର୍ଚ୍ଚ ପାଇଁ ଡେମୋକ୍ରାସି.ଇନ୍ରେ ଅନୁଦାନ ସଂଗ୍ରହ କରୁଛନ୍ତି । ୩୩ ଦିନରେ ସେ ୭୦ ଲକ୍ଷ ଟଙ୍କା ସଂଗ୍ରହ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଓ୍ୱେବସାଇଟ୍ରେ ୩୦ ଘଣ୍ଟା ମଧ୍ୟରେ ଲୋକ ୨୩୦୦ ଲୋକ ୩୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
ବିହାରରେ କୌଣସି ଏକ ରାଜନୈତିକ ଦଳ ଦ୍ୱାରା ନିର୍ବାଚନ ଖର୍ଚ୍ଚ ସଂଗ୍ରହ କରିବାର ଏହା ପ୍ରଥମ ଘଟଣା । କ୍ରାଉଡ୍ ଫଣ୍ଡିରେ କହ୍ନେୟା କୁମାର ଦିଲ୍ଲୀର ମହେଶ୍ୱର ପରୀରୁ ୫ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ବେଗୁସରାଇର ନିର୍ବାଚନ ୨୯ ଏପ୍ରିଲରେ ଅନୁଷ୍ଠିତ ହେବ । କହ୍ନେୟା ତିନି ମିନିଟ୍ର ଏକ ଭିଡିଓ ଜାରି କରିଛନ୍ତି । ନିର୍ବାଚନରେ ସେ ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି ।
କହ୍ନେୟାଙ୍କ ପାଇଁ ବେଗୁସରାଇରେ ବରିଷ୍ଠ ବାମପନ୍ଥୀ ନେତା ପ୍ରଚାର କରିବେ । କେତେ ଜଣ ସିନେମା ଅଭିନେତା ବି ତାଙ୍କ ପାଇଁ ପ୍ରଚାର କରିବାର ଅଛି ।
ବହୁବର୍ଷ ପରେ ବେଗୁସରାଇରେ ବାମପନ୍ଥୀ ପ୍ରାର୍ଥୀ ହୋଇଛନ୍ତି । ମାତ୍ର ମହାଗଠବନ୍ଧନ ତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେବା ପାଇଁ କହିଛି ।
କୌଣସି କାମ ପାଇଁ ଲୋକ ଟଙ୍କା ଦେବାକୁ କ୍ରାଉଡ୍ ଫଣ୍ଡିଂ କୁହାଯାଏ ।