mission shakti banner

ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ‘ମେଁ ଭି ଚୌକିଦାର ହୁଁ’ ଅଭିଯାନ

BSKY banner  750×100
0

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭା ନିର୍ବାଚନ ପ୍ରଚାରକୁ ଆଉ ପାଦେ ଆଗେଇ ନେଇ ବିଜେପି ମାର୍ଚ୍ଚ ୩୧ରୁ ଦେଶବ୍ୟାପୀ ଆରମ୍ଭ କରିବା ‘ମେଁ ଭି ଚୌକିଦାର ହୁଁ’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରୁ ଏହାର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ମାର୍ଚ୍ଚ ୩୧ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଦେଶର ୫୦୦ଟି ସ୍ଥାନର ବିଜେପି କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିବେ।

ରାଜ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଡକ୍ଟର ଯତିନ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ନମୋ ଆପ୍‍ ଓ ସୋସିଆଲ୍‍ ମିଡିଆରେ ଏକ କୋଟିରୁ ଅଧିକ ଲୋକ ମେଁ ଭି ଚୌକିଦାରର ସଂକଳ୍ପ ନେଇଛନ୍ତି। ଯେକୌଣସି ବ୍ୟକ୍ତି ନରେନ୍ଦ୍ର ମୋଦୀ ୱେବ୍‍ସାଇଟ୍‍ ଏବଂ ମୋବାଇଲ୍‍ ଆପରେ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ଏହି ଅଭିଯାନରେ ବିଜେପି ସାଂସଦ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Leave A Reply