www.samajalive.in
Saturday, December 6, 2025
14.1 C
Bhubaneswar

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟ୍‌ଓ୍ବେଭ୍‌ ସତର୍କତା

ଭୁବନେଶ୍ବର : ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରିକି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ଟପିଛି ତାପମାତ୍ରା। ଝାରସୁଗୁଡ଼ାରେ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତଦୂର୍ଦ୍ଧ୍ବ ରେକର୍ଡ ହୋଇଛି। ଝାରସୁଗୁଡ଼ା ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର ରହିଛି। ଏଠାରେ ତାପମାତ୍ରା ସ୍ବାଭାବିକତା ଠାରୁ ୪.୨ ଡିଗ୍ରୀ ଅଧିକ ରହିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ୪୫.୬ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୩ ଦିନରେ ତାପମାତ୍ରା ଆହୁରି ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ।
ଆଜି ପାଇଁ ୪ ଜିଲା ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାକୁ ହିଟ୍‌ ୱେଭ୍ ବା ଗ୍ରୀଷ୍ମଲହରୀ ନେଇ ବିଭାଗ ତରଫରୁ ସତର୍କତା ଜାରି କରିଛି। ସୋମବାର ବୌଦ୍ଧରେ ୪୩.୨, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ଲେଖାଏଁ, ଭବାନୀପାଟଣାରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀର ୪୨.୩, ସୁବର୍ଣ୍ଣପୁରରେ ୪୨.୧, ରାଉରକେଲା ଓ ବରଗଡ଼ରେ ୪୨ ଡିଗ୍ରୀ ଲେଖାଏଁ, ଅନୁଗୋଳରେ ୪୧.୭, ନୂଆପଡ଼ାରେ ୪୧.୫ ଏବଂ ପାରଳା‌େ‌ଖମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। କଟକରେ ୩୫.୮ ଏବଂ ଭୁବନେଶ୍ବରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ପୂର୍ବ-ପଶ୍ଚିମ କ୍ରାନ୍ତୀୟ ରେଖା (ଟ୍ରପ୍‌ ଲାଇନ) ଉତ୍ତର-ପଶ୍ଚିମ ରାଜସ୍ଥାନରୁ ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରପୂର୍ବ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଗାଙ୍ଗେୟ ସମତଳ ଅଞ୍ଚଳ ଦେଇ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ଉତ୍ତର-ଦକ୍ଷିଣ ଟ୍ରପ୍‌ ଲାଇନ ଉତ୍ତର ଛତିଶଗଡ଼ରୁ ତାମିଲନାଡ଼ୁ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୮ ତାରିଖ ଯାଏଁ କାଳବୈଶାଖୀ ଲାଗି ରହିବ। ୨୨ରୁ ୨୩ ତାରିଖ ଯାଏଁ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୩୦-୪୦ କିମି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ କାଳବୈଶାଖୀ ପ୍ରଭାବରେ ୨୯.୨ ମି.ମି. ବର୍ଷା ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories