www.samajalive.in
Sunday, December 14, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ଦି ତାଶକେଣ୍ଟ ଫାଇଲ୍’ର ଟ୍ରେଲର୍

ମୁମ୍ବଇ: ମଙ୍ଗଳବାର ମୁକ୍ତିଲାଭ କରିଛି ପଲିଟିକାଲ୍ ଡ୍ରାମା ‘ଦି ତାଶକେଣ୍ଟ ଫାଇଲ୍’ ଚଳଚ୍ଚିତ୍ରର ଟ୍ରେଲର। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ଜାରି କରିଛନ୍ତି। ମୁକ୍ତିଲାଭ କରିବା ମାତ୍ରେ ଦର୍ଶକମାନେ ଏହାର ଟ୍ରେଲରକୁ ବେଶ୍‍ ପସନ୍ଦ କରିଛନ୍ତି। ୨ ମିନିଟ୍ ୪୪ ସେକେଣ୍ଡର ଟ୍ରେଲରରେ ଆରମ୍ଭରୁ ଶେଷ ଯାଏ ସମସ୍ତେ କେବଳ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ କିପରି ହେଲା ସେ ବିଷୟରେ କଥା ହେଉଛନ୍ତି। ଟ୍ରେଲରରେ ଦମଦାର ଡାଇଲଗ୍ସ ରହିଛି।

pic courtesy-darpan magazine

ଏହି ଚଳଚ୍ଚିତ୍ରରେ ନାସିରୁଦ୍ଦିନ ଶାହ, ମିଥୁନ୍ ଚକ୍ରବର୍ତ୍ତୀ ଓ ଶ୍ୱେତା ବାସୁ ଚକ୍ରବର୍ତ୍ତୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅନ୍ୟାନ୍ୟ ଭୂମିକାରେ ପଙ୍କଜ ତ୍ରିପାଠୀ, ବିନୟ ପାଠକ, ମନ୍ଦିରା ବେଦୀ, ପଲ୍ଲବୀ ଜୋଶୀ, ଅଙ୍କୁର ରାଠି ଏବଂ ପ୍ରକାଶ ବେଲୱାଡ଼ି ପ୍ରମୁଖ କଳାକାର ଅଭିନୟ କରୁଥିବା ଦେଖିବାକୁ ପାଇବେ। ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ। ଏପ୍ରିଲ୍ ୧୨ ତାରିଖରେ ‘ଦି ତାଶକେଣ୍ଟ ଫାଇଲ୍’ ପରଦାକୁ ଆସିବ।

- Advertisement -
courtesy-the indian express

ଉଲ୍ଲେଖ ଯୋଗ୍ୟ, ୧୯୬୬ ଜାନୁଆରୀ ୧୦ରେ ଉଜ୍ଜବେକିସ୍ତାନର ତାଶକେଣ୍ଟ ସହରରେ ଭାରତ ଓ ପାକିସ୍ତାନ୍ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲା। ଏହି ବୁଝାମଣାର ଗୋଟେ ଦିନ ପରେ ଅର୍ଥାତ୍ ୧୧ ଜାନୁଆରୀରେ ଶାସ୍ତ୍ରୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଥିଲା। ୫୦ ବର୍ଷ ହେବ ଭାରତରେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ତେବେ ଦେଖିବା ବାକି ରହିଲା ଯେଉଁମାନେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନର ଉତ୍ତର ସନ୍ଧାନରେ ରହିଛନ୍ତି, ସେମାନଙ୍କୁ ଏହି ଫିଲ୍ମ ଉତ୍ତର ଦେଇପାରୁଛି କି ନାହିଁ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories