ପୁଣି ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା
ଆଗ୍ରା: ଉନ୍ନଓ, କାଠୁଆ, ସୁରତ ଓ ନୀଳଗିରିରେ ନାବାଳିକା ବଳାତ୍କାର ଘଟଣା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ପୁଣି ଏକ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଇଟାହ ଜିଲା ସିତଳାପୁର ଗ୍ରାମରେ ଜନୈକା ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ନାବାଳିକାଙ୍କ ସହିତ ଘଟିଛି ଏହି ଦୁର୍ଘଟଣା। ପୀଡ଼ିତାଙ୍କ ମୃତ ଶରୀର ଏକ ଅର୍ଦ୍ଧନିର୍ମିତ ଘରୁ ଉଦ୍ଧାର କରାଯାଇଛି। ବିବାହ ଉତ୍ସବକୁ ଆସିଥିବା ଟେଣ୍ଟହାଉସ୍ର ଜଣେ ବ୍ୟକ୍ତି ଏହି କାଣ୍ଡ ଭିଆଇବା ପରେ ଫେରାର ହୋଇଯାଇଥିଲା। କିନ୍ତୁ ପରେ ପୁଲିସ ତାକୁ ଧରି ପୋକସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରିଛି। ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ନାବାଳିକା ଜଣକ ହଠାତ୍ ନିଖୋଜ ହୋଇଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରିବା ପରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉକ୍ତ ଅର୍ଦ୍ଧନିର୍ମିତ ଘରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ୍।