www.samajalive.in
Sunday, December 14, 2025
19.1 C
Bhubaneswar

ପୁଲୱାମା ଆକ୍ରମଣରେ ଭର୍ଚୁଆଲ ସିମ୍‌ ବ୍ୟବହାର କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସମ୍ପୃକ୍ତ ଜୈଶ ଆତଙ୍କବାଦୀ ଭର୍ଚୁଆଲ ସିମ୍‌ ବ୍ୟବହାର କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଦାର ଭର୍ଚୁଆଲ ସିମ୍‌ ଜରିଆରେ ପାକିସ୍ତାନ ଏବଂ କାଶ୍ମୀରସ୍ଥିତ ଆତଙ୍କୀମାନଙ୍କ ସହ ଯୋଗାଯୋଗ କରୁଥିଲେ। ଏହି ସିମ୍‌ ବ୍ୟବହାରକାରୀଙ୍କୁ ସହଜରେ ଠାବ କରାଯାଇପାରି ନ ଥାଏ। ଏହି ସିମ୍‌ ସେବା ପ୍ରଦାନକାରୀ କମ୍ପାନୀ ବିଷୟରେ ସବିଶେଷ ତଥ୍ୟ ହାସଲ ପାଇଁ ଭାରତ ଆମେରିକାର ସହୟତା ନେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଆକ୍ରମଣସ୍ଥଳରେ ଯାଞ୍ଚ କରାଯିବା ପରେ ଏବଂ ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଯବାନଙ୍କ ଗୁଳିବିନିମୟ ସ୍ଥଳରୁ ମିଳିଥିବା କେତେକ ତଥ୍ୟରୁ ଜଣାପଡ଼ିଥିଲା ଯେ ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଦାର ଏବଂ ତାଙ୍କ ସହଯୋଗୀମାନେ ସୀମା ଆରପଟେ ଥିବା ଆତଙ୍କୀ ସଂଗଠନ ଜୈଶ ସହ ସମ୍ପର୍କ ରଖିଥିଲେ। ଟ୍ରାଲରେ ଗୁଳିବିନିମୟ ବେଳେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସିର ଖାନ ନିହତ ହୋଇଥିଲେ।

- Advertisement -

ମିଳିଥିବା ସୂଚନାନୁଯାୟୀ, ସୀମା ଆରପଟେ ଆତଙ୍କବାଦୀମାନେ ଏଭଳି ସିମ୍‌ ବ୍ୟବହାର କରୁଛନ୍ତି। ଜୈଶ ସଂଗଠନର ଆତ୍ମଘାତୀ ଆତଙ୍କବାଦୀମାନେ ଏହାକୁ ବିଶେଷ ଭାବେ ବ୍ୟବହାର କରିଥାଆନ୍ତି। ଆମେରିକାସ୍ଥିତ ସର୍ଭିସ ପ୍ରୋଭାଇଡର ଚାହିଁଲେ ଆଦିଲ ବ୍ୟବହାର କରୁଥିବା ଭର୍ଚୁଆଲ ସିମ୍‌ର ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ମିଳିପାରିବ। ଆଦିଲ କାହା ସହିତ କଥାବାର୍ତ୍ତା ହେଉଥିଲା ବା କେଉଁ ସବୁ ନମ୍ବରରେ ତାର ଯୋଗାଯୋଗ ରହିଥିଲା ତାହା ସ୍ପଷ୍ଟ ହେବ। ଏଭଳି ସିମ୍‌ ପାଇଁ କିଏ ଅର୍ଥ ବ୍ୟୟ କରିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ଜଣେ ତଦନ୍ତ ଅଧିକାରୀ କହିଛନ୍ତି।

ଭର୍ଚୁଆଲ ସିମ୍‌ କ’ଣ:-

‘ଭର୍ଚୁଆଲ ସିମ୍‌’ ହେଉଛି ମୋବାଇଲ ସିମ୍‌ କାର୍ଡ ଭଳି ଏକ ସିମ୍‌। ଏହା ମୋବାଇଲ ଫୋନ୍‌ ପରିବର୍ତ୍ତେ ଅନ୍‌ ଲାଇନ୍‌ରେ ବ୍ୟବହାର ହୋଇଥାଏ। ଏଭଳି ସିମ୍ର ସେବା ଯୋଗାଣକାରୀ ସଂସ୍ଥା ଏକ କମ୍ପ୍ୟୁଟର ଜରିଆରେ ମୋବାଇଲ ନମ୍ବର ପ୍ରସ୍ତୁତ କରିଥାଏ। ବ୍ୟବହାରକାରୀ ସ୍ବତନ୍ତ୍ର ଆପ୍‌ ମାଧ୍ୟମରେ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହି ନମ୍ବରକୁ ବ୍ୟବହାର କରିଥାନ୍ତି। ଏହି ନମ୍ବରକୁ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ସାଇଟ୍‌ରେ ସଂଯୋଗ କରାଯାଇଥାଏ। ଉକ୍ତ ନମ୍ବର ‘ଯୁକ୍ତ ୧’ରେ ଆରମ୍ଭ ‌ହୋଇଥାଏ। ଆବଶ୍ୟକସ୍ଥଳରେ ଗୋଟିଏ ସିମ୍‌ରେ ଏକାଧିକ ବା ଅତିରିକ୍ତ ନମ୍ବର ସଂଯୁକ୍ତ ହୋଇପାରେ। ବ୍ୟବହାରକାରୀ ଚାହିଁଲେ ଯେ କୌଣସି ନମ୍ବରକୁ ବ୍ୟବହାର କରିପାରେ। ଏଭଳି ସିମ୍‌ ପାଇଁ କୌଣସି ଆଞ୍ଚଳିକ ସୀମା ରହୁ ନ ଥିବାରୁ ରୋମିଂ ବ୍ୟବସ୍ଥା ରହେ ନାହିଁ। ‘ମୋବାଇଲ ଗ୍ରାଭିଟି’କୁ ପ୍ରତିହତ କରୁଥିବାରୁ ଏହାକୁ ଠାବ କରିବା ସହଜ ନୁହେଁ। ଏଭଳି ସିମ୍‌କୁ ସହଜରେ ଟ୍ରାକ୍‌ କରିବା କୌଣସି ତଦନ୍ତକାରୀ ସଂସ୍ଥା ବା ଅଧିକାରୀଙ୍କ ପକ୍ଷରେ ସହଜ ହୋଇ ନ ଥାଏ। ଏକ ଭାରତୀୟ କମ୍ପାନୀ ‘କମ୍‌ଭିବା ଟେକ୍‌ନୋଲଜି’ ଏହାର ପ୍ରସ୍ତୁତକର୍ତ୍ତା; କିନ୍ତୁ ଆମେରିକୀୟ ସଂସ୍ଥା ଏହାର ସେବା ଯୋଗାଣକାରୀ ବା ସର୍ଭିସ ପ୍ରୋଭାଇଡର ବୋଲି ଜଣାଯାଏ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories