www.samajalive.in
Sunday, December 7, 2025
16.1 C
Bhubaneswar

ପୁଲିସର ଅବହେଳାରୁ ଥାନାରେ ଲଙ୍କାକାଣ୍ଡ, ମହିଳାଙ୍କ ଧାରଣ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ କଶିଆ ସାମୁଦ୍ରିକ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଦୁଇ ପାରିବାରରୁ ଗଣ୍ଡଗୋଳ ଘଟି ଲଙ୍କାକାଣ୍ଡ ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଥାନାରେ ପଶି ଭଙ୍ଗାରୁଜା କରିବା ସହ ପୁଲିସ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

- Advertisement -

ସୂଚନାଯୋଗ୍ୟ, ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ପାରାପୋଖରୀ ଗାଁର ଜଣେ ଝିଅ ବିନୋବାଭାବେ ନଗର ଗାଁର ଜଣେ ପୁଅ ସହ ଗତବର୍ଷ ପ୍ରେମ ବିବାହ କରିଥିଲେ । ପ୍ରାୟ ବର୍ଷେ ପରେ ଦୋଳ ପୂର୍ଣ୍ଣିମାରେ ଝିଅକୁ ଘରକୁ ନେବା ପାଇଁ ତାଙ୍କ ପରିବାର ଲୋକ ଶାଶୁଘରେ ପହଞ୍ଚିଥିଲେ । ଝିଅକୁ ସାଙ୍ଗରେ ନେବା ପାଇଁ ଶାଶୁଘର ଲୋକ ଅନୁମତି ଦେଇଥିଲେ ମଧ୍ୟ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଆଣି ଛାଡିବା ପାଇଁ ଶାଶୁଘର ଲୋକ ତାଗିଦ କରି କହିଥିଲେ । କିନ୍ତୁ ଝିଅର ଭାଇ ଦିନ ପ୍ରାୟ ୨-୩ଟା ବେଳକୁ ଝିଅକୁ ନେଇ ଶାଶୁଘରେ ପହଞ୍ଚିଥିଲେ ଏବଂ ତାଙ୍କ ସାଙ୍ଗରେ ଅନ୍ୟ କିଛି ଲୋକ ମଧ୍ୟ ଯାଇଥିଲେ । ଘରେ ବୋହୂ ବିଳମ୍ବରେ ପହଞ୍ଚିବାରୁ ଶାଶୁଘର ଲୋକ ଏବଂ ବୋହୂର ଭାଇ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷ ଲୋକଙ୍କୁ ଥାନାକୁ ଉଠାଇ ଆଣିଥିଲା। ପରେ କିଛି ସ୍ଥାନୀୟନେତାଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ଆଶୁ ସମାଧାନ ହୋଇଥିଲା ଏବଂ ଆସନ୍ତା ସୋମାବାର ଦିନ ଏନେଇ ଏକ ବୈଠକ ବସିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା । ହେଲେ ଶନିବାର ପୁଅ ଘର ଗାଁର କିଛି ଲୋକ ବାସୁଦେବପୁର ଯାଉଥିବା ବେ​ଳେ ଝିଅଘର ପକ୍ଷରୁ ବା ତାଙ୍କ ସମ୍ପର୍କୀୟମାନେ ପୁଅ ଘର ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ମହିଳା ନିଜର ନବଜାତ ଶିଶୁଙ୍କୁ ଧରି ବାଇକରେ ମେଡିକାଲ ଯାଉଥିବା ବେଳେ କେତେକ ଯୁବକ ମହିଳାଙ୍କୁ ମାଡି ମାରିବା ସହ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ପୁଲିସକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାର ବିଳମ୍ବ  କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୋବାଭାବେ ଗ୍ରାମବାସୀ ଥାନାରେ ପଶି ଥାନାରେ ପଶି ଭଙ୍ଗାରୁଜା କରିବା ସହ ଥାନାର ଅତି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏହା ସହ ଝିଅ ଘରଲୋକ ପୁଅ ପକ୍ଷର ଜଣେ ମହିଳାଙ୍କୁ ମାଡ ମାରିଥିବା ପ୍ରତିବାଦରେ ପୁଅ ପକ୍ଷର ମହିଳାମାନେ ଥାନା ବାହାରେ ଧାରଣାରେ ବସିଛନ୍ତି । ଉତ୍ତ୍ୟକ୍ତ ମହିଳାଙ୍କ କହିବା କଥା ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଗ୍ରାମବାସୀଙ୍କୁ କାହିଁକି ମାଡ ମାରିଲେ ବୋଲି ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରିତ ରଖିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories