www.samajalive.in
Sunday, December 7, 2025
23.1 C
Bhubaneswar

ସୁଜି ଦହି ସ୍ୟାଣ୍ଡୱିଚ୍

ପ୍ରସ୍ତୁତ ପ୍ରଣାଳୀ :
ବ୍ରେଡ – ୮ଟି
ସୁଜି – ୧କପ
ଦହି – ୧ କପ
ପିଆଜ – ଆବଶ୍ୟକ ଅନୁଯାୟୀ
ଟମାଟୋ – ଆବଶ୍ୟକ ଅନୁଯାୟୀ
ଅଦା ପେଷ୍ଟ – ୧/୨ ଚାମଚ
ଲଙ୍କା – ୨ଟି
ତେଲ – ଆବଶ୍ୟକ ଅନୁଯାୟୀ
ବଟର – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର
ଲୁଣ – ସ୍ବାଦ ଅନୁଯାୟୀ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଗୋଟିଏ ପାତ୍ରରେ ଦହି ଓ ସୁଜିକୁ ମିଶାଇ ୧୦ମିନିଟ ପର୍ୟ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ। ୧୦ମିନିଟ ପରେ ମିଶ୍ରଣରେ ଧନିଆ ପତ୍ର, ଲୁଣ, ପିଆଜ, ଟମାଟୋ ଓ ଅଦା ପେଷ୍ଟ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ପାଉଁରୁଟିରେ ମିଶ୍ରଣକୁ ଭଲ ଭାବେ ଭର୍ତ୍ତି କରି ଦିଅନ୍ତୁ। ମିଶ୍ରଣ ଭର୍ତ୍ତି କରିବା ପରେ ତା ଉପରେ ଆଉ ଏକ ପାଉଁରୁଟି ରଖନ୍ତୁ। ବର୍ତ୍ତମାନ ଗ୍ୟାସ ଲଗାଇ ଏକ ତାୱା ବସାଇ ଗରମ କରନ୍ତୁ। ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ପାଉଁରୁଟିକୁ ରଖି ସେକନ୍ତୁ। କିଛି ସମୟ ପାଉଁରୁଟି ସେକିବା ପରେ ତା ଉପରେ ବଟର ପକାଇ ଦୁଇ ପାର୍ଶ୍ବ ଭଲ ଭାବେ ସେକି ଦିଅନ୍ତୁ। ପାଉଁରୁଟି ହାଲକା ସୁନେଲୀ ରଙ୍ଗ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଜି ଦହି ସ୍ୟାଣ୍ଡୱିଚ୍। ଏହାକୁ ଟମାଟୋ ସସ୍‌ ଓ ଚିଲ୍ଲି ସସ୍ ସହ ଖାଆନ୍ତୁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories