www.samajalive.in
Monday, December 15, 2025
24.1 C
Bhubaneswar

ମସ୍‌ଜିଦ ଆକ୍ରମଣ ପ୍ରସଙ୍ଗ; ବନ୍ଧୁକ ଆଇନ ସଂଶୋଧନ କରିବ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ୨ ମସଜିଦରେ ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣର ୧୦ ଦିନ ମଧ୍ୟରେ ଦେଶର ବନ୍ଧୁକ ଆଇନରେ ସଂଶୋଧନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆଡ୍ରେର୍ଣ୍ଣ ସୋମବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହାଦ୍ବାରା ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ହୋଇପାରିବେ। ଆଇନ କୋହଳ ଥିବାରୁ ଏଭଳି ଘଟଣା ଘଟିଛି। ସମୟର ଆବଶ୍ୟକତା ଅନୁସାରେ ଏହାକୁ କଡ଼ାକଡ଼ି କରିବାକୁ ହେବ ବୋଲି ସେ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ମାର୍ଚ୍ଚ ୧୫ ତାରିଖରେ ଏଠାକାର ଅଲନୁର ମସଜିଦ ଏବଂ ଲିନବୁଡ ମସଜିଦରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଆତଙ୍କବାଦୀ ବ୍ରେଣ୍ଟୋନ ହ୍ୟାରିସନ ଟାରାଣ୍ଟ ଅତର୍କିତ ଆଖିବୁଜା ଗୁଳିମାଡ଼ କରିଥିଲା। ଏହି ଗୁଳିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୫୦ରେ ପହଞ୍ଚିଛି। ବ୍ରେଣ୍ଟୋନକୁ କୋର୍ଟ ହାଜତକୁ ପଠାଇ ଦେଇଛନ୍ତି। ଏପ୍ରିଲ ୫ରେ ସାଉଥ ଆଇଲାଣ୍ଡ ସିଟି କୋର୍ଟରେ ବ୍ରେଣ୍ଟୋନ ବିରୋଧରେ ପରବର୍ତ୍ତୀ ଶୁଣାଣି ହେବ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories