ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ
ଗୋଆ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏସଏଜି ଗ୍ରାଉଣ୍ଡରେ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପାରିକରଙ୍କୁ ବିଦାୟ ଦିଆଯାଇଛି। ଲକ୍ଷ ଲକ୍ଷ ପାରିକରଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ଅପରାହ୍ନ ୪ଟାରୁ କଳା ଏକାଡେମୀରୁ ବାହିରି ମୀରାମାର ବିଚରେରେ ପହଞ୍ଚିଥିଲା ପାରିକରଙ୍କ ଶେଷ ଯାତ୍ରା । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସାଧାରଣ ଲୋକଙ୍କ ଶେଷ ଦର୍ଶନ ପାଇଁ ପାରିକର ପ୍ରାର୍ଥୀବ ଶରୀରକୁ କଳା ଏକାଡେମୀରେ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପିର ବହୁ ନେତା ପାରିକରଙ୍କ ଶେଷ ଦର୍ଶନ କରିଥିଲେ । ପାରିକରଙ୍କ ଶେଷ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ପରିବାରବର୍ଗଙ୍କ ସହ କଥା ହୋଇଥିଲେ ।
ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୋମବାର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଗୋଆରେ ୭ଦିନିଆ ଶୋକ ପାଳନ କରାଯିବାକୁ ଘୋଷଣା କରଯାଇଛି। ଏଥିସହ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
ମୃତ୍ୟୁ ବେଳକୁ ପାରିକରଙ୍କୁ ୬୩ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ପାନକ୍ରିୟାଟିକ କର୍କଟରେ ପୀଡ଼ିତ ଥିଲେ। କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ହୋଇଥିଲା। ପାରିକରଙ୍କ ବିୟୋଗରେ ଆଜି ବିଜେପି ଲୋକ ସଭା ନିର୍ବାଚନକୁ ନେଇ ବସିବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ ରଦ୍ଦ କରିବା ସହ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି।ରବିବାର ସେ ପରଲୋକ ଗମନ କରିଥିଲେ।