ବିଜେଡିର ନୂଆ ରଣନୀତି ; ୯ ଲୋକସଭା ଆସନରେ ୮ ନୂଆମୁହଁ
ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ବିଜେଡି ନୂଆ ରଣନୀତି ଆପଣେଇଥିବା ଦେଖିବାକୁ ମିଳିଛି।
୯ଟି ଲୋକସଭା ଆସନରୁ ବିଜେଡି ୮ଟି ନୂଆ ପାର୍ଥୀଙ୍କୁ ଛିଡା କରାଇଛି। କେବଳ ବଲାଙ୍ଗୀର ଲୋକସଭା ଆସନ ପାଇଁ କଳିକେଶ ନାରାୟଣ ସିଂହଦେଓଙ୍କୁ ପୁନଃର୍ବାର ପାର୍ଥୀ କରିଛି। ଏହି ୯ ଲୋକସଭା ନିର୍ବାଚନ ପାର୍ଥୀ ମଧ୍ୟରେ ଦୁଇ ରାଜ୍ୟସଭା ସାସଂଦ ରହିଛନ୍ତି। ଉଭୟ ଅଚ୍ୟୁତ ସାମନ୍ତ ଓ ପ୍ରସନ୍ନ ଆଚାର୍ଯ୍ୟ ବର୍ତ୍ତମାନ ରାଜ୍ୟସଭା ସାସଂଦ ଅଛନ୍ତି। ତେବେ ଆସନ୍ତୁ ଜାଣିବା ପୂର୍ବ ଲୋକସଭା(୨୦୧୪) ନିର୍ବାଚନରେ କାହାକୁ ପାର୍ଥୀ କରାଯାଇଥିଲା ଏବଂ ବର୍ତ୍ତମାନ କାହାକୁ କରାଯାଇଛି।
୨୦୧୯ ୨୦୧୪
କନ୍ଧମାଳ – ଅଚ୍ୟୁତ ସାମନ୍ତ ହେମେନ୍ଦ୍ର ଚନ୍ଦ୍ର ସିଂହ
ବରଗଡ- ପ୍ରସନ୍ନ ଆଚାର୍ଯ୍ୟ ପ୍ରଭାସ କୁମାର ସିଂହ
କୋରାପୁଟ – କୌଶଲ୍ୟା ହିକ୍କା ଝିନ୍ନ ହିକ୍କା
ନବରଙ୍ଗପୁର – ରମେଶ ଚନ୍ଦ୍ର ମାଝି ବଳଭଦ୍ର ମାଝି
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ ଅର୍କ କେଶରୀ ଦେଓ
ସୁନ୍ଦରଗଡ – ସୁନୀତା ବିଶ୍ୱାଳ ଦୀଲ୍ଲିପ କୁମାର ତିର୍କୀ
ବ୍ରହ୍ମପୁର – ଚନ୍ଦ୍ରଶେଖର ସାହୁ ସିଦ୍ଧାନ୍ତ ମହାପାତ୍ର
ଆସିକା – ପ୍ରମିଳା ବିଶୋୟୀ ଲଡୁ କିଶୋର ସ୍ୱାଇଁ