‘ଦି କପିଲ ଶର୍ମା ଶୋ’ ଅବସ୍ଥା ଏବେ ଭଲ ନାହିଁ। ନିକଟରେ ପ୍ରକାଶିତ ଟିଆର୍ପି ରେଟିଙ୍ଗ୍ସରେ ସେ ପ୍ରଥମ ୫ଟି ମଧ୍ୟରୁ ବାହାରି ଯାଇଛନ୍ତି। ନଭଜୋତ ସିଂହ ସିଦ୍ଧୁ ଶୋ’ରୁ ବାହାରିଯିବା, ଅର୍ଚ୍ଚନା ପୂରନ ସିଂଙ୍କ ଆସିବା ନେଇ ଅନିଶ୍ଚିତତା ତଥା କିଛିଦିନ ହେବ ନାମୀ ତାରକାମାନେ ଶୋ’କୁ ଆସୁନଥିବା କାରଣ ଏଭଳି ସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଉଛି। ବ୍ରୋଡକାଷ୍ଟ ରିସର୍ଚ୍ଚ ଅଡିଏନ୍ସ କାଉନ୍ସିଲ (ବିଏଆର୍ସି) ୨୦୧୯ ମସିହା ପାଇଁ ୧୦ମ ସପ୍ତାହର ରେଟିଙ୍ଗ୍ ରିପୋର୍ଟ ପ୍ରସ୍ତୁତ କରିଥିଲା। ଅଷ୍ଟମ ସପ୍ତାହରେ କପିଲଙ୍କ ଶୋ’ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ନବମ ସପ୍ତାହରେ ଚତୁର୍ଥ ସ୍ଥାନକୁ ଖସିଆସିଲା ଏବଂ ଏବେ ଷଷ୍ଠରେ ରହିଛି। ତେବେ ବାଜି ମାରିନେଇଛି ରୋହିତ ସେଟ୍ଟିଙ୍କ ରୋମାଞ୍ଚକର ଶୋ’ ‘ଖତରୋଁ କେ ଖିଲାଡି’ ସିଜନ୍-୯। ଏହା ଅନ୍ ଏୟାର ହେବାଠାରୁ କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସିଛି। ଏବେ ଏହାର ଗ୍ରାଣ୍ଡ୍ ଫିନାଲେ ଶେଷ ହୋଇଛି ଏବଂ ବିଜେତା ହୋଇଛନ୍ତି ପୁନିତ ପାଠକ।
କପିଲ ଶର୍ମାଙ୍କ ଶୋ ପଛରେ
Popular Categories



