www.samajalive.in
Sunday, December 7, 2025
13.1 C
Bhubaneswar

କପିଲ ଶର୍ମାଙ୍କ ଶୋ ପଛରେ

‘ଦି କପିଲ ଶର୍ମା ଶୋ’ ଅବସ୍ଥା ଏବେ ଭଲ ନାହିଁ। ନିକଟରେ ପ୍ରକାଶିତ ଟିଆର୍‍ପି ରେଟିଙ୍ଗ୍‍ସରେ ସେ ପ୍ରଥମ ୫ଟି ମଧ୍ୟରୁ ବାହାରି ଯାଇଛନ୍ତି। ନଭଜୋତ ସିଂହ ସିଦ୍ଧୁ ଶୋ’ରୁ ବାହାରିଯିବା, ଅର୍ଚ୍ଚନା ପୂରନ ସିଂଙ୍କ ଆସିବା ନେଇ ଅନିଶ୍ଚିତତା ତଥା କିଛିଦିନ ହେବ ନାମୀ ତାରକାମାନେ ଶୋ’କୁ ଆସୁନଥିବା କାରଣ ଏଭଳି ସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଉଛି। ବ୍ରୋଡକାଷ୍ଟ ରିସର୍ଚ୍ଚ ଅଡିଏନ୍ସ କାଉନ୍‍ସିଲ (ବିଏଆର୍‍ସି) ୨୦୧୯ ମସିହା ପାଇଁ ୧୦ମ ସପ୍ତାହର ରେଟିଙ୍ଗ୍‍ ରିପୋର୍ଟ ପ୍ରସ୍ତୁତ କରିଥିଲା। ଅଷ୍ଟମ ସପ୍ତାହରେ କପିଲଙ୍କ ଶୋ’ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ନବମ ସପ୍ତାହରେ ଚତୁର୍ଥ ସ୍ଥାନକୁ ଖସିଆସିଲା ଏବଂ ଏବେ ଷଷ୍ଠରେ ରହିଛି। ତେବେ ବାଜି ମାରିନେଇଛି ରୋହିତ ସେଟ୍ଟିଙ୍କ ରୋମାଞ୍ଚକର ଶୋ’ ‘ଖତରୋଁ କେ ଖିଲାଡି’ ସିଜନ୍‍-୯। ଏହା ଅନ୍‍ ଏୟାର ହେବାଠାରୁ କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସିଛି। ଏବେ ଏହାର ଗ୍ରାଣ୍ଡ୍‍ ଫିନାଲେ ଶେଷ ହୋଇଛି ଏବଂ ବିଜେତା ହୋଇଛନ୍ତି ପୁନିତ ପାଠକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories