www.samajalive.in
Saturday, December 13, 2025
23.1 C
Bhubaneswar

ପାଣିଗଣ୍ଡା ଜଙ୍ଗଲରୁ ଟିଫିନ୍‍ ବୋମା ଓ ବନ୍ଧୁକ ଜବତ

ମୋହନା : ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଅଡବା ଥାନା ଇଲାକାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଧେଶରେ ପ୍ରତ୍ୟେକ ଦିନ କୁମ୍ବିଂ ଅପରେସନ ସହିତ ପେଟ୍ରୋଲିଂ ଜୋରଦାର ହେଉଥିବା ଥାନା ସୁତ୍ରରୁ ଜଣାପଡିଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ନିକଟସ୍ଥ ଜଙ୍ଗଲରୁ ପୁଲିସକୁ ମିଳିଛି ବଡ ସଫଳତା। ପାଣିଗଣ୍ଡା ନିକଟସ୍ଥ ସାତ ଭଉଣୀ ମନ୍ଦିର ଘାଟିର ମୁଖ୍ୟ ରାସ୍ତାଠାରୁ ମାତ୍ର ୫୦ ମିଟର ଦୂର ଜଙ୍ଗଲ ମଧ୍ୟରେ ପଥର କୋରଡରୁ ଏକ ଟିଫିନ୍‍ ବୋମା ଓ ଗୋଟିଏ ଦେଶୀ ବନ୍ଧୁକ ପୁଲିସ ଓ ଡିଭିଏଫ ଜବାନ ଜବତ କରିଛନ୍ତି। ଜବତ ଟିଫିନ୍‍ ବୋମାର ଓଜନ ପ୍ରାୟ ୩୦ ରୁ ୩୫ କେଜି ଥିବା ବେଳେ ବନ୍ଧୁକଟି ମଧ୍ୟ ଅତି ପୁରୁଣା। ଏହାକୁ ୬ ମାସରୁ ଏକ ବର୍ଷ ମଧ୍ୟରେ ମାଓବାଦୀମାନେ ପୋତି ଥିବା ଗଜପତି ଏସପି ସାରା ଶର୍ମା କହିଛନ୍ତି।
ମିଳିଥିବା ସୂଚନା ପ୍ରକାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ ସହ ଅଡବା ଥାନା ପାଣିଗଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଓ ଡିଭିଏଫ ଯବାନ ମିିଳିତ କୁମ୍ବିଂ ଅପରେସନ ଚାଲିଥିଲା। ରବିବାର ସକାଳେ ସାତ ଭଉଣୀ ମନ୍ଦିର ଘାଟି ରାସ୍ତାର ମାତ୍ର ୫୦ ମିଟର ଦୁରରେ ଏକ ପଥର ପାଖରେ ବିଦ୍ୟୁତ ତାର ଉପରକୁ ଦେଖାଯାଉଥିଲା। ଏହାକୁ ସନ୍ଦେହ କରି ବୋମା ନିଷ୍କ୍ରିୟ ଦଳକୁ ଡିଭିଏଫ ସୂଚନା ଦେଇଥିଲେ। ଗଜପତି ଆରକ୍ଷୀ ଅଧ୍ୟୀକ୍ଷକ ସାରା ଶର୍ମା, ଆର.ଉଦୟଗିିିରି ଏସିଡିପିଓ ଅଶୋକ ମହାନ୍ତି ଓ ଅଡବା ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ବୋମା ନିଷ୍କ୍ରୀୟ ଦଳ ପୋତା ଯାଇଥିବା ଟିଫିନ ବୋମାକୁ ମାଟି ତଳୁ ବାହାର କରିବା ସହ ତା ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ବାହାର କରିଥିଲେ। ଉଦ୍ଧାର ହୋଇଥିବା ଟିଫିନ ବୋମାର ଓଜନ ୩୦ ରୁ ୩୫ କେ.ଜି ଥିବା ଅନୁମାନ କରାଯାଉଥିବା ବେଳେ ଦେଶୀ ବନ୍ଧୁକ ମଧ୍ୟ ଅତି ପୁରୁଣା। ପରେ ବୋମା ନିଷ୍କ୍ରୀୟକାରୀ ଦଳ ବୋମାଟିକୁ ସେହିଠାରେ ନଷ୍ଟ କରିଥିଲେ। ସୂଚନା ଯୋଗ୍ୟ ଯେ, ସେହି ଅଞ୍ଚଳଟି ପୁର୍ବରୁ ମାଓବାଦିଙ୍କ ଗଡଥିଲା ଓ ବହୁ ହିଂସାକାଣ୍ଡ ମଧ୍ୟ ଘଟାଇଛନ୍ତି ମାଓବାଦି। ଗତ କିଛି ବର୍ଷ ମଧ୍ୟରେ ସେହି ଅଞ୍ଚଳରୁ ବିପୁଳ ପରିମାଣର ଲ୍ୟାଣ୍ଡମାଇନ୍ସ ଉଦ୍ଧାର କରିଛି ପୁଲିସ। ଏଣୁ ଏହାକୁ କୌଣସି ଅଘଟଣ ଘଟାଇବା ଯୋଜନାରେ ମାଓବାଦୀମାନେ ପୋତିଥିବା ଅନୁମାନ କରାଯାଉଥିବା ବେଳେ ଆଗକୁ ନିର୍ବାଚନଥିବାରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯିବ ବୋଲି ଏସପି କହିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories