ଧାମରା : ଚାନ୍ଦବାଲି ବ୍ଳକ ମାଧପୁର ପଞ୍ଚାୟତ ସାନସିଂହପୁର ଗ୍ରାମରେ ଜଗନ୍ନାଥ ବିଶ୍ୱାଳ ଓ ରାଜେନ୍ଦ୍ର ରାଉତଙ୍କ ୪ବଖରା ଘର ଅଗ୍ନିକାଣ୍ଡରେ ସମ୍ପୁର୍ଣ ଭଷୀ୍ମଭୂତ ହୋଇଯାଇଛି। ଗ୍ରାମବାସୀ ମାନେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଠା କରିଥିôଲେ ମଧ୍ୟ ଭୟଙ୍କର ନିଆଁରେ ନିମିଷକେ ମଧ୍ୟରେ ଘରର ସମସ୍ତ ଆସବାବ ପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ପ୍ରଥମେ ଗ୍ରାମବାସୀ ଘର ମଧ୍ୟରେ ମହଜୁଦ ଥିବା ରୋଷେଇ ଗ୍ୟାସକୁ ବାହାର କରିଆଣିଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ। ଘର ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଶେଷରେ ଅଗ୍ନିଶମ ବିଭାଗ ପହଞ୍ଚି କେବଳ ଗ୍ରାମବାସୀ ମାନଙ୍କୁ ଆଶ୍ୱାସନା ଦେଉଥିବା ଜଣାଯାଇଛି। ତୁରନ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।
ଚାନ୍ଦବାଲି ସାନସିଂହପୁର ଗାଁରେ ଅଗ୍ନିକାଣ୍ଡ ; ୪ବଖରା ଘର ଭଷ୍ମୀଭୂତ
Popular Categories



